କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ, ବୁଲି ଦେଖିଲେ ଫ୍ଲାଏଓଭର ଓ ଡ୍ୟାମ୍ ପ୍ରକଳ୍ପ

Published By : Prameya-News7 Bureau | January 14, 2023 IST

ବଡବିଲ ୧୪/୦୧: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ଯୋଡ଼ାରେ ପହଞ୍ଚି ସେଠାରେ ନିର୍ମାଣାଧୀନ ଫ୍ଲାଏଓଭର ପ୍ରକଳ୍ପକୁ ବୁଲି ଦେଖିଥିଲେ ।

କମାରଯୋଡ଼ା ଠାରୁ ରଣାଶାଳ ରାସ୍ତାରେ ଦୀର୍ଘ ୨.୮୭୫ କି.ମି. ଲମ୍ବର ଏହି ଫ୍ଲାଇଓଭର କାର୍ଯ୍ୟର ଅଗ୍ରଗତି ସଂପର୍କରେ କାର୍ଯ୍ୟକାରୀ ଠିକା ସଂସ୍ଥାର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ କଣ୍ଡରା ନିକଟ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନୁପୁର ଡ୍ୟାମ୍ ପ୍ରକଳ୍ପ ଅଞ୍ଚଳକୁ ଯାଇ ସେଠାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ଆସନ୍ତା ଡ଼ିସେମ୍ବର ୨୦୨୩ ସୁଦ୍ଧା ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, କାର୍ଯ୍ୟକୁ ତ୍ୱରନ୍ୱିତ କରି ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.