Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଉପରମୁଣ୍ଡରୁ ବହୁତ ପାଣି ଆସୁଛି, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ-ମୁଖ୍ୟ ଶାସନ ସଚିବ

15/08/2022 at 10:27 AM

ଭୁବନେଶ୍ୱର ୧୫।୦୮: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରୁ ବହୁତ ପାଣି ଆସୁଛି । ସେସବୁ ରେଗୁଲେଟ୍‌ କରାଯାଉଛି । ଆଶା କରାଯାଉଛି ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଅତିକ୍ରମ କରିବ ବୋଲି କହିଛନ୍ତି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି। ବଡ ଘାଇ ହେବାର ସମ୍ଭାବନା ନାହିଁ। ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି । ଲଗାତର ଭାବେ ପାଟ୍ରୋଲିଂ କରାଯିବ। ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଆବଶ୍ୟକୀୟ ସ୍ଥଳରେ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି।

   Related Posts