Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

କ୍ରୁଜରେ ରେଭ୍ ପାର୍ଟି ମାମଲାରେ ଆଉଥରେ NCB ରେଡ୍ : ୬ ଅଟକ, ଖାନତଲାସି ପରେ ଡ୍ରଗ୍ସ ଜବତ

4/10/2021 at 2:19 PM

ମୁମ୍ୱାଇ ୦୪/୧୦: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ସୋମବାର ନାର୍କୋଟିକ୍ସ ବିଭାଗର ଟିମ୍ କ୍ରୁଜ୍ ଉପରେ ପୁଣିଥରେ ଚଢାଉ କରିଛି । ଆଜି ସକାଳେ ହୋଇଥିବା ଚଢାଉରେ ଏନସିବି ଟିମ ହାତରେ ପୁଣିଥରେ ଲାଗିଛି ଡ୍ରଗ୍ସ । ଯାହା ପରେ କ୍ରୁଜରୁ ୬ ଜଣ ଅଟକ ରଖି ପଚାରଉଚରା କରୁଛି । ସୂଚନାନୁସାରେ, ଏନସିବି ଅଧିକାରୀମାନେ କ୍ରୁଜରୁ ଏକ ବସ୍‌ରେ କିଛି ଲୋକଙ୍କୁ ଗିରଫ କରିଥିଲେ ।

ମୁମ୍ବାଇ ଏନସିବି ଜୋନାଲ ହେଡ ସମୀର ୱାଙ୍ଖଡେ ମଧ୍ୟ ସେମାନଙ୍କ ସହ ଏକ ଅଲଗା ଗାଡିରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଏନସିବି କାର୍ଯ୍ୟାଳୟକୁ ନିଆଯାଇଛି । ପୂର୍ବରୁ ଏନସିବି ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶ୍ରେୟାସ ନାୟାର । ଶ୍ରେୟସ୍ ନାୟାର ହେଉଛି ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କ ବନ୍ଧୁ ଅରବାଜଙ୍କର ଘନିଷ୍ଠ ସମ୍ପର୍କ ରହଛି । କାରଣ ଏହି ଦୁଇଜଣଙ୍କୁ ଶ୍ରେୟାସ MD PILLS ସପ୍ଲାୟ କରୁଥିଲେ । ସୂଚନାନୁସାରେ, ଯୁଗ୍ମ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ନେତୃତ୍ୱରେ ୨୦ ଜଣ ଅଧିକାରୀଙ୍କ ଏକ ଟିମ୍ ଜାହାଜରେ ପହଞ୍ଚି ସକାଳ ୬ ଟାରେ କ୍ରୁ ମେମ୍ୱରଙ୍କୁ ପଚରାଉଚରା କରିଥିଲେ ।

ଜାହାଜରେ ଉପସ୍ଥିତ ଥିବା ସମସ୍ତ ୧୮୦୦ ଲୋକଙ୍କ ତାଲିକା ହାସଲ କରାଯାଇଛି । ସେହି ଆଧାରରେ ଅନେକ ନାମ ଫିଲ୍ଟର୍ କରାଯାଇଛି । ଯାହାର ସନ୍ଧାନରେ ବେଙ୍ଗାଲୁରୁ ଏବଂ ଗୋଆ ସମେତ ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି NCB । ପୂର୍ବରୁ ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମଧ୍ୟ ଗିରଫ କରାଯାଇଛି । ସେ ଏନସିବି ରିମାଣ୍ଡରେ ଅଛନ୍ତି ।

   Related Posts