ବେକାବୁ ତେଲ ଦର : ଅଣ ଅଦରକାରୀ ସାମଗ୍ରୀ ଆମଦାନି ଉପରେ କଟକଣା ଜାରି

Published By : Prameya-News7 Bureau | September 15, 2018 IST

ଦିଲ୍ଲୀ ୧୫/୯ : ବେକାବୁ ତେଲ ଦର। ସେପଟେ ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ୟାକୁ ନେଇ ବିରୋଧୀ ତମ୍ବିତୋଫାନ କରୁଛନ୍ତି। ଏହି ସମୟରେ ଦେଶର ଆର୍ଥିକ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ୫ଟି ନିଷ୍ପତ୍ତି ନିଆଯାଇଛ। ସେଥିମଧ୍ୟରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଟି ହେଉଛି ଅଣ ଅଦରକାରୀ ସାମଗ୍ରୀ ଆମଦାନି ଉପରେ କଟକଣା ଜାରି କରାଯିବ। ତେବେ କେଉଁ ସବୁ ସାମଗ୍ରୀଗୁଡିକର ଆମଦାନୀ ଉପରେ କଟକଣା ଜାରି କରାଯିବ ଏନେଇ ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଦେଶରେ ଆମଦାନୀ ଓ ରପ୍ତାନୀ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା,ଅଧିକ ବିଦେଶୀ ମୁଦ୍ରା ଆଣିବା ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।ଖାସ୍ କରି ରପ୍ତାନୀ ବଢାଇବାପାଇଁ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥାଗୁଡିକୁ ବିଦେଶରୁ ଋଣ ହାସଲ କରିବାର ନିୟମରେ କୋହଳ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ଆରବିଆଇ ଗଭର୍ଣ୍ଣର ଉରଜିତ ପଟେଲଙ୍କ,ଡେପୁଟି ଗଭର୍ଣ୍ଣର, ବିତ୍ତମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବହୁ ଅଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.