ନୂଆଦିଲ୍ଲୀ ୧୭।୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୪ ମାସର ସର୍ବନିମ୍ନ ସ୍ତରକୁ ଖସିଛି। ବ୍ରେଣ୍ଟ କ୍ରୁଡ ୩.୭୬ ଡଲାର ଅର୍ଥାତ ୪.୬ ପ୍ରତିଶତ ହ୍ରାସ ହୋଇ ୭୭.୪୨ ଡଲାର ପ୍ରତି ବାରଲ ବିକ୍ରି ହେଉଛି। ସେହିପରି ଆମେରିକା ଆଧାରିତ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ୩.୭୬ ଡଲାର ଅର୍ଥାତ ୪.୯ ପ୍ରତିଶତ ହ୍ରାସ ହୋଇ ବାରଲ ପିଛା ୭୨.୯୦ ଡଲାର ହୋଇଯାଇଛି। ତୈଳଦର ନିୟନ୍ତ୍ରଣରେ ଓପେକ୍ ପ୍ଲସ୍, ସାଉଦୀଆରବ ଓ ଋଷିଆ ବିଫଳ ହୋଇଥିବା ଏଥିରୁ ପ୍ରମାଣିତ ହୋଇଛି। ଏହା ଛଡା ବିଶ୍ୱ ତୈଳ ବଜାର ଉପରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ମଧ୍ୟ ଦେଖାଯାଉ ନାହିଁ।
{"id":871009,"width":840,"height":472,"sizeSlug":"full","linkDestination":"none"}ଏହା ଛଡା ଚୀନ୍ ତୈଳ ରିଫାଇନାରୀ ଥ୍ରୁପୁଟରେ ମାନ୍ଦା ଆଶଙ୍କା ନିବେଶକଙ୍କ ଚାହିଦାକୁ ଅଟକାଇଛି। ଯାହାର ପ୍ରଭାବ ଏବେ ବଜାର ଦର ଉପରେ ଦେଖିବାକୁ ମିଳୁଛି। ଅଶୋଧିତ ତୈଳର ସବୁଠ ବଡ୍ ଆମଦାନୀକାରୀ ଚୀନ୍ ରିଫାଇନାରୀମାନେ ଅକ୍ଟୋବରରେ ଦୈନିକ ପ୍ରୋସେସିଂ ହ୍ରାସ କରିଥିଲେ। ଅର୍ଥାତ ଉତ୍ପାଦନ କମ୍ କରିଦେଇଛନ୍ତି। ଯାହାର ପ୍ରଭାବ ଏବେ ତୈଳ ବଜାରରେ ଅନୁଭୂତ ହେଉଛି। ଏହା ଛଡା ଆମେରିକା ବଜାରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ହୋଇଛି। ଫଳରେ ଗତ ୭ମାସରେ ପ୍ରଥମ ଥର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଦେଖାଯାଇଛି।
{"id":871010,"width":839,"height":629,"sizeSlug":"full","linkDestination":"none"}ଅଶୋଧିତ ତୈଳ ଦର ୮୦ ଡଲାରରୁ ତଳକୁ ଖସିଥିବାରୁ ଦେଶରେ ପେଟ୍ରୋଲିୟମ କମ୍ପାନୀମାନଙ୍କର ଖର୍ଚ୍ଚ ହ୍ରାସ ହୋଇଛି। ଏଥିରେ ସେମାନଙ୍କ ଆୟକୁ ଦେଖିଲେ ଗତ ତ୍ରୈମାସିକରୁ କମ୍ପାନୀମାନଙ୍କୁ ଶସ୍ତା ତେଲର ଫାଇଦା ମିଳିଛି। ସରକାର ଗତ ସେପ୍ଟେମ୍ବରରେ ଏଲପିଜି ଦାମ ୨୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ। ଏଣୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ହୋଇଥିବାରୁ ବଜାରରେ ପେଟ୍ରୋଲ ଓ ଡିଜେର ଦର ମଧ୍ୟ ହ୍ରାସ ହୋଇପାରେ ବୋଲି ଲୋକେ ଆଶା ବାନ୍ଧିଛନ୍ତି। ତେବେ ମୂଲ୍ୟ ହ୍ରାସର ଫାଇଦା ଜନତାଙ୍କୁ ମିଳିବ କି ନା ତା ଉପରେ ଏବେ ସମସ୍ତଙ୍କ ନଜର।
ଭାରତୀୟ ଅର୍ଥନୀତି ୨୦୨୪-୨୬ ମଧ୍ୟରେ ୬-୭.୧ ପ୍ରତିଶତ ହାରରେ ବଢିବ: S&P