ଦେଶରେ ଅଶୋଧିତ ତୈଳ ଦର ୧୦.୫୧ ଟଙ୍କା : କିନ୍ତୁ ଖାଉଟି ପାଉନି ଲାଭ?

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୦୩ : ଭୟାବହ ମହାମାରୀର ରୂପ ନେଇଥିବା କରୋନା ଭାଇରସର ପ୍ରଭାବ ଅର୍ଥନୈତିକ ବଜାରରେ ଦେଖିବାକୁ ମିଳିଛି | ଏହାର ପ୍ରଭାବ ତୈଳ ବଜାରରେ ମଧ୍ୟ ଦେଖିବାକୁ ମିଳିଛି | ବୁଧବାର ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୮ ବର୍ଷ ପୂର୍ବ ସ୍ଥିତିକୁ ଆସିଯାଇଛି |  ଭାରତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୧୬୭୨ ଟଙ୍କା ହୋଇଛି ଅର୍ଥାତ ଲିଟର ପିଛା ୧୦.୫୧ ଟଙ୍କାକୁ ଖସିଛି | ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ଆହୁରି କମିବା ଆଶଙ୍କା କରାଯାଉଛି |

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ଗତ ରାତିରେ ଅଶୋଧିତ ତୈଳ ଦର ୧୯୦.୯ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୧୬୯୫ ଟଙ୍କାରେ କାରବାର ହୋଇଥିଲା | ଏହା ପୂର୍ବରୁ ତୈଳ ଦର ବ୍ୟାରେଲ ପିଛା ୧୬୭୨ ହ୍ରାସ ପାଇଥିଲା | ଗୋଟିଏ ବ୍ୟାରେଲରେ ୧୫୯ ଲିଟର ତୈଳ ରହିଥାଏ | ସେ ହିସାବରେ ତୈଳ ଦର ଲିଟର ପିଛା ୧୦ ଟଙ୍କା ୫୧ ପଇସା ହେବ |

ନ୍ୟୁୟର୍କ ମର୍କେ ଟାଇଲ ଏକ୍ସଚେଞ୍ଜରେ ବେଷ୍ଟ ଟେକ୍ସସ ଇଣ୍ଟରମିଡିଏଟ ଦର ୪.୪୭ ଡଲାର ଅର୍ଥାତ ବ୍ୟାରେଲ ପ୍ରତି ୧୬.୩୬ ପ୍ରତିଶତ ହ୍ରାସ ପାଇ ୨୨.୮୬ ଡଲାର ହୋଇଥିଲା | ଏହା ପୂର୍ବରୁ ଡବ୍ଲ୍ୟୁଟିଆଇ ଦର ୨୨.୫୯ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଥିଲା | 

ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ଭାଇରସର ପ୍ରକୋପ ଯୋଗୁଁ ଅଶୋଧିତ ତୈଳର ଚାହିଦା ହ୍ରାସ ପାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.