vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଅଶୋଧିତ ତୈଳ ମୂଲ୍ୟରେ ପୁଣି ଲାଗିଲା ନିଆଁ, ୭ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ବ୍ୟାରେଲ ପିଛା ଦର

17/05/2022 at 7:12 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ୟୁରୋପୀୟ ୟୁନିୟନ ଦ୍ୱାରା ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ତୈଳର ମୂଲ୍ୟ ଗତ ୭ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବ୍ରେଣ୍ଟ କ୍ରୁଡ ଅୟଲର ମୂଲ୍ୟ ୧୧୫ ଡଲାର ପ୍ରତି ବ୍ୟାରେଲ ପାର କରିଛି, ଯାହା ମାର୍ଚ୍ଚ ୨୮ ପରେ ସର୍ବାଧିକ।

ଏହା ପୂର୍ବରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୨୦୦୮ ପରେ ପ୍ରଥମ ଥର ପାଇଁ ୧୩୯ ଡଲାର ପ୍ରତି ବ୍ୟାରେଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଅନ୍ୟପଟେ ଚୀନରେ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କୋହଳ ହେବା ଖବର ପରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ କୋହଳ ହେବାରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇବ ଏବଂ ଅନ୍ୟ ଯୋଗାଣ ଅଭାବ ଯୋଗୁଁ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ।

ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇସାରିଛି। କିନ୍ତୁ ଏବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ପ୍ରଭାବ ଭାରତର ଖାଉଟିଙ୍କ ଉପରେ ମଧ୍ୟ ପଡିବ।

   Related Posts