୨୦୨୪ରେ ୧୦୭ ଡଲାର ପ୍ରତି ବ୍ୟାରେଲ ହୋଇପାରେ କଞ୍ଚାତେଲ, ଗୋଲ୍ଡମ୍ୟାନ୍‌ ସ୍ୟାକ୍ସର ଭବିଷ୍ୟବାଣୀ, ବଢ଼ିପାରେ ଦରବୃଦ୍ଧି

Published By : Prameya-News7 Bureau | September 07, 2023 IST

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ଉପରେ ପଡ଼ିପାରେ ପେଟ୍ରୋଲ ଡିଜେଲ୍‌ ବୋଝ । କାରଣ ଆଗାମୀ ଦିନରେ ବଢ଼ିପାରେ କଞ୍ଚା ତେଲର ଦାମ୍‌। କଞ୍ଚା ତେଲ ଦାମ୍‌ ୧୦୦ ଡଲାର ପ୍ରତି ବ୍ୟାରେଲ ପାର୍‌ କରି ୧୦୭ ଡଲାର ପ୍ରତି ଡଲାର ହୋଇପାରେ। ଏଭଳି କିଛି ଆକଳନ କରିଛି ବିଶ୍ବର ଏକ ବଡ଼ ପୁଞ୍ଜିନିବେଶକାରୀ ସଂସ୍ଥା ଗୋଲ୍ଡମ୍ୟାନ୍‌ ସ୍ୟାକ୍ସ। ଏହା ପଛର କାରଣ ମଧ୍ୟ କହିଛି କମ୍ପାନି। ଗୋଲ୍ଡମ୍ୟାନ୍ ସ୍ୟାକ୍ସର ଆକଳନ ଅନୁଯାୟୀ ରୁଷ ଏବଂ ସାଉଦି ଆରବ ଯଦି କଞ୍ଚାତେଲ ଉତ୍ପାଦନରେ କାଟ୍‌ ନିଷ୍ପତ୍ତିକୁ ବଜାୟ ରଖନ୍ତି ତେବେ ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲ ମୂଲ୍ୟ ୧୦୭ ଡଲାର ପ୍ରତି ବ୍ୟାରେଲ ହୋଇପାରେ।

ଗୋଲ୍ଡମ୍ୟାନ୍‌ ସ୍ୟାକ୍ସ କହିଛି ଯେ, ଓପେକ୍‌+ ଦେଶ ୨୦୨୪ରେ କଞ୍ଚାତେଲ ଉତ୍ପାଦନରେ କାଟ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି, ତା​‌ହେ​‌ଲେ ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ ୧୦୭ ଡଲାର ପ୍ରତି ବ୍ୟାରେଲ ପର୍ଯ୍ୟନ୍ତ ଯାଇପାରେ। ମଙ୍ଗଳବାର ସାଉଦି ଆରବ ଡିସେମ୍ବର ପର୍ଯ୍ୟନ୍ତ ଏକ ମିଲିୟନ ବ୍ୟାରେଲ କଞ୍ଚା ତେଲ କାଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ମଧ୍ୟ ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୩ ଲକ୍ଷ ବ୍ୟାରେଲ କଞ୍ଚା ତେଲ ରପ୍ତାନୀରେ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦେଶର ଏହି ନିଷ୍ପତ୍ତି ପରେ କଞ୍ଚାତେଲ ୯୦ ଡଲାର ପ୍ରତି ବ୍ୟାରେଲ ପାର୍ ଯାଇ ୯୧ ଡଲାର ପ୍ରତି ବ୍ୟାରେଲର ଲେବୁଲ ପାର୍‌ କରିଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ୯୦ ଡଲାର ନିକଟତର, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଆଶା କ୍ଷୀଣ

ତେବେ ଯଦି କଞ୍ଚାତେଲର ଦାମ୍‌ ଦାମ୍‌ ୧୦୭ ଡଲାର ପ୍ରତି ବ୍ୟାରେଲ ଯିବା ନେଇ ଗୋଲ୍ଡମ୍ୟାନ୍‌ ସାକ୍ସର ଭବିଷ୍ୟବାଣୀ ସତ ପ୍ରମାଣିତ ହୁଏ ତା’ହେଲେ ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ। ଭାରତରେ କଞ୍ଚାତେଲର ଦାମ୍‌ରେ ବୃଦ୍ଧି ଫଳରେ ଦରବୃଦ୍ଧି ହୋଇପାରେ। ସରକାରୀ ତୈଳ କମ୍ପାନିଙ୍କ ଉପରେ ପେଟ୍ରୋଲ ଡିଜେଲର ଦାମ୍‌ ବଢ଼ାଇବାକୁ ଚାପ ବଢ଼ିବ। ସେମାନଙ୍କର ଲାଭ କମ୍‌ ହେବ।

ସୂଚନାଥାଉକି, ପ୍ରଥମେ ୨୦୨୨ ଫେବ୍ରୁଆରୀରେ ରୁଷର ୟୁକ୍ରେନ୍‌ ଉପ​‌ରେ ଆକ୍ରମଣ ପରେ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲରେ ଦାମ୍‌ରେ ବୃଦ୍ଧି ଦେଖିବାକୁ ମିଳିଥିଲା । ସେତେବେଳ ଦାମ୍‌ ୧୩୯ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଥିଲା। ଅବଶ୍ୟ ଏହା ପରେ ଦାମ୍‌ରେ ହ୍ରାସ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.