କେନ୍ଦ୍ର ସହ ବୈଠକରେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ଫେରାଇବା ଉପରେ ସହମତି, ଋଣ ଛାଡ଼ ଉପରେ ବାହାରି ପାରୁନି ନିଷ୍କର୍ସ

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୩ରେ କୃଷକ ସଂଗଠନଗୁଡିକ ଦିଲ୍ଲୀ ଚାଲୋ ଡାକରା ଦେଇଛନ୍ତି । ଏହା ପୂର୍ବରୁ ସୋମବାର ଚଣ୍ଡିଗଡ଼ରେ ତିନି କେନ୍ଦ୍ରମନ୍ତ୍ରୀ ଏବଂ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି । ସୂତ୍ର ଅନୁସାରେ ବୈଠକରେ କୃଷକ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ଏବଂ ଅନ୍ୟ ମାମଲା ଫେରାଇ ନିଆଯିବା ଉପରେ ସହମତି ହୋଇଛି । ଅନ୍ୟପଟେ କୃଷକଙ୍କ ସମସ୍ତ ପ୍ରକାର ଲୋନ୍ ଏବଂ ଋଣ ଛାଡ ଦାବିରେ ନିଷ୍କର୍ସ ବାହାରି ପାରି ନାହିଁ ।

କେନ୍ଦ୍ରମନ୍ତ୍ରୀ ଏବଂ ଚାଷୀ ନେତାଙ୍କ ମଧ୍ୟରେ ଏହି ବୈଠକ ସେକ୍ଟର-୨୬ ସ୍ଥିତ ମହାତ୍ମା ଗାନ୍ଧୀ ରାଜ୍ୟ ଲୋକ ପ୍ରଶାସନ ସଂସ୍ଥାନ ପରିସରରେ ଚାଲିଛି । କେନ୍ଦ୍ର ପକ୍ଷରୁ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ଉପସ୍ଥିତ ଅଛନ୍ତି ।

ପଢନ୍ତୁ: ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଫେବ୍ରୁଆରୀ ୧୬ରେ ଭାରତ ବନ୍ଦ ଆହ୍ୱାନ

ସୂତ୍ର ଅନୁସାରେ ବୈଠକରେ କେନ୍ଦ୍ର ନେତା ନରମ ମନୋଭାବ ପୋଷଣ କରୁଛନ୍ତି ଏବଂ ଚାଷୀ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ସହମତିର ସଂକେତ ଦେଇଛନ୍ତି । କୃଷକଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ସ୍ଥଗିତ ହୋଇପାରେ ବୋଲି ଅନୁମାନ କରାଯାଉଛି । କୃଷକଙ୍କ ପ୍ରମୁଖ ଦାବି ମଧ୍ୟରେ ସ୍ୱାମୀନାଥନ ରିପୋର୍ଟ ଅନୁସାରେ ସମସ୍ତ ଫସଲ ଉପରେ ଏମଏସପିର ଆଇନଗତ ଗ୍ୟାରେଣ୍ଟି, ଚାଷୀ ଏବଂ କୃଷିକ୍ଷେତ୍ରର ଶ୍ରମିକଙ୍କ ଋଣ ଛାଡ଼, କୃଷକ ଆନ୍ଦୋଳନ ସମୟରେ ରୁଜୁ ମାମଲା ରଦ୍ଦ ସାମିଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.