ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍, ୧୦ ପିଲା ଆକ୍ରାନ୍ତ

Published By : Prameya-News7 Bureau | July 10, 2022 IST

ନୂଆଦିଲ୍ଲୀ ୧୦/୦୭; ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଛି | କରୋନା ଭୟ ସହ ଏବେ ଲୋକଙ୍କୁ ସ୍କ୍ରବ୍ ଟାଇଫସ୍ ରୋଗର ଭୟ।  କୋଲକାତାରେ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଏହି ଜୀବାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପାର୍କ ସର୍କସର ଏକ ଡାକ୍ତରଖାନାରେ ୧୦ ଜଣ ପିଲାଙ୍କୁ ସ୍କ୍ରବ୍ ଟାଇଫସ୍। ଯୋଧପୁରର ଜଣେ ଶିଶୁ ମଧ୍ୟ ସ୍କ୍ରବ୍ ଟାଇଫସ୍ର ଶିକାର ହୋଇଛନ୍ତି। ଯେଉଁଥିପାଇଁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଆବଲମ୍ବନ କରିବାକୁ ପରାମର୍ଶ ଦେଇଛି।   ଏହି ରୋଗ ନିରାକରଣ ପାଇଁ ଅତିରିକ୍ତ ଆଇଜିଏମ୍ କିଟ୍ କିଣିବାକୁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟର ୪୪ ଟି ସରକାରୀ ଡାକ୍ତରଖାନାର କିଟଗୁଡିକୁ ଲ୍ୟାବକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି।

ସ୍କ୍ରବ୍ ଟାଇଫସ୍ ସାଧାରଣଭାବେ ସିଗର୍ସ(ଲାର୍ଭାଲ ମାଇଟ୍‌ସ) କାମୁଡ଼ିବା ଦ୍ବାରା ଦେଖାଯାଇଥାଏ। ​ଟିଙ୍କ କାମୁଡ଼ିବାର ୧୦ଦିନ ପରେ ରୋଗୀଙ୍କଠାରେ ଜ୍ବର, ମୁଣ୍ଡବିନ୍ଧା, ଦେହ କୁଣ୍ଡେଇହେବା ଓ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଠିକ୍ ସମୟ‌ରେ ଚିକିତ୍ସା ନ ହେଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.