ନିଖୋଜ ଥିବା ସିଆରପିଏଫ ଯବାନ ଉଦ୍ଧାର

Published By : Prameya-News7 Bureau | August 21, 2018 IST

କଟକ ୨୧/୮:ଓଡିଶା ପୋଲିସ ଓ ଟାଙ୍ଗୀ ଥାନା ଅଧିକାରୀଙ୍କ ଯୋଗୁଁ ୮ ବର୍ଷ ହେଲା ନିଖୋଜ ଥିବା ଜଣେ ସିଆରପିଏଫ୍ ଯବାନ ତାଙ୍କ ପରିବାର ଲୋକଙ୍କୁ ମିଳିପାରିଛନ୍ତି। ଉତ୍ତରପ୍ରଦେଶ ହାଦ୍ରସ୍ ଜିଲ୍ଲା ସହଦବାଦ୍ ଥାନା କୋଷଣ୍ଡା ଗ୍ରାମର ବିମଲ୍ କାନ୍ତ ନିର୍ମୋହି ବାଣପୁର ଥାନା ଅଧୀନରେ ଥିବା ବାର୍ବରା ଜଙ୍ଗଲରେ ଥିବା ସିଆରପିଏଫ୍ କ୍ୟାଂପରେ କାର୍ଯ୍ୟରତ ଥିଲେ। ଗତ ତା ୫.୫.୨୦୧୦ରେ ଭୁବନେଶ୍ୱରରେ ସ୍ଥିତ ସିଆରପିଏଫ୍ ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଯାଇଥିଲେ। ସେବେଠାରୁ ସେ ନିଖୋଜ ଥିଲେ। ସିଆରପିଏଫ୍ ତରଫରୁ ୧୮.୫.୧୦ରେ ବାଣପୁର ଥାନାରେ ଏତଲା ଦେଇ ଚୁପ୍ ରହି ଯାଇଥିଲେ। ବୀମଲଙ୍କ ବାପା ସୁନ୍ଦର ସିଂହ ପୁଅକୁ ଖୋଜିବା ପାଇଁ ଅନେକ ଉଦ୍ୟମ କରିଥିଲେ। ବାରମ୍ବାର ସିଆରପିଏଫ୍ ଓ ଗୃହ ବିଭାଗକୁ ଦୈାଡ଼ି ଦୈାଡ଼ି ନିରାଶ ହୋଇ ପୁଅକୁ ପାଇବା ଆଶା ଛାଡ଼ି ଦେଇଥିଲେ। ଗତ ୧୯ ତାରିଖରେ ନିଖୋଜ ବୀମଲ୍ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଧୀନରେ ଥିବା ମାଙ୍ଗୁଲି ଫାଣ୍ଡିରେ ପହଞ୍ଚି ଏଣୁତେଣୁ ଗପିଥିଲେ। ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକ୍ ତାଙ୍କୁ ଥାନାକୁ ନେଇ ପେଟପୂରା ଖାଇବାକୁ ଦେଇ ବିଶ୍ରାମ କରାଇଥିଲେ। ପରେ ଯୁବକ ଜଣକ ନିଜ ନାମ କହିବା ସହ ଠିକଣା କହିଥିଲା। ଉତ୍ତରପ୍ରଦେଶ ପୋଲିସ ସହ ଯୋଗାଯୋଗ କରି ଟାଙ୍ଗୀ ଥାନା ଅଧିକାରୀ ଯବାନଙ୍କ ଘରକୁ ଖବର ଦେଇଥିଲେ। ଖବର ପାଇ ବିମଲଙ୍କ ବାପା ଓ ସାନ ଭାଇ ଶିବକାନ୍ତ ଟାଙ୍ଗୀ ଥାନାରେ ପହଞ୍ଚି ବୀମଲଙ୍କୁ ଦେଖି ବିଶ୍ୱାସ କରିପାରିନଥିଲା। ପୁଅକୁ ପାଇବା ଆଶା ଛାଡ଼ି ଦେଇଥିବା ସୁନ୍ଦର ସିଂହ ଏଥିପାଇଁ ଟାଙ୍ଗୀ ଥାନା ଅଧିକାରୀ ବିମଳ କୁମାର ବାରିକଙ୍କୁ ଭଗବାନ୍ ବୋଲି କହିଛନ୍ତି। ଆଇଆଇସି ସିଆରପିଏଫର ଭୁବନେଶ୍ଵରସ୍ଥିତ ଅଫିସକୁ ଜଣାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.