ଏକେ-୪୭ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଯବାନ
5/05/2020 at 10:14 PM

ବଣାଇ, ୦୫|୦୫: ସୁନ୍ଦରଗଡ ଜିଲ୍ଲା ବଣାଇରେ ଘଟିଛି ଅଭାବନୀୟ ଘଟଣା । ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରି ଜୀବନ ହାରିଛନ୍ତି । ସର୍ଭିସ୍ ରାଇଫଲରୁ ଗୁଳିଚଳାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ମଙ୍ଗଳବାର ବଣାଇ କେ ବଲାଙ୍ଗ ଅଞ୍ଚଳରେ ଥିବା ଜାମୁଡିହି କ୍ୟାମ୍ପରେ ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ସେ ନିଜ ସର୍ଭିସ୍ ରାଇଫଲ ଏକେ ୪୭ରୁ ଗୁଳି ଚଳାଇ ନିଜ ଜୀବନ ହାରିଛନ୍ତି । ଆତ୍ମହତ୍ୟା କରିଥିବା ଯବାନ ହେଲେ ରିଚପାଲ ସିଂ । ତାଙ୍କ ଘର ରାଜସ୍ଥାନର ଝୁନଝୁନ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି ।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023