କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଯବାନ ସହିଦ, ୨ ଗୁରୁତର

Published By : Prameya-News7 Bureau | November 17, 2023 IST

ରାଉରକେଲା ୧୭।୧୧: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ CRPF ଯବାନ ସହିଦ ହୋଇଛନ୍ତି । ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ୬୦ ବାଟାଲିୟନର CRPF ଯବାନ ସହିଦ ହୋଇଥିବା ଜଣାପଡିଛି । ସହିଦ ଯବାନ ହେଉଛନ୍ତି ସନ୍ତୋଷ ଓରାମ । ଗୁରୁତର ଯବାନ ଦୁଇ ଜଣ ହେଲେ CRPF ଅଧିକାରୀ ଏଯୋତୋ ଟିନେ ଓ କନେଷ୍ଟବଳ ଜୟନ୍ତା ନାଥ । ଦୁଇ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି ।

ସୀମାନ୍ତ ଝାଡଖଣ୍ଡ ଗୋଏଲକେରା ଥାନା ହାଟିବୁର ଜଙ୍ଗଲରେ କମ୍ବିଂ ଚାଲିଥିବା ବେଳେ ଏଭଳି ବିସ୍ଫୋରଣ ଘଟିଛି । କମ୍ବିଂ ସମୟରେ ମାଓବାଦୀ ପୋତିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏବେ ବି ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/bsf-jawan-of-kalahandi-district-martyred-in-tripura/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bsf-jawan-of-kalahandi-district-martyred-in-tripura/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.