CRPF ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ବନ୍ଧୁକରୁ ଗୁଳି କଲେ ପ୍ରସନ୍ନଜିତ୍
28/03/2023 at 8:27 AM

ପଦ୍ମପୁର ୨୮।୦୩ : ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା । ମୃତକଙ୍କ ନାମ ପ୍ରସନ୍ନଜିତ୍ ପାଲ ବୋଲି ଜଣାପଡିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆର୍ପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ ଯବାନ ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ଅଟନ୍ତି ପ୍ରଶନ୍ନଜିତ ପାଲ । ସୋମବାର ରାତିରେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ୱାର ଉପରେ ରହିଥିଲେ । ହେଲେ ଡ୍ୟୁଟି ସମୟରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ପ୍ରସନ୍ନଜିତ୍ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।