ସୋସିଆଲ ମିଡ଼ିଆରେ ସହିଦଙ୍କ ଅଙ୍ଗର ଫଟୋ ପ୍ରଦର୍ଶନ ନ କରିବାକୁ ଆଡ଼ଭାଇଜାରୀ ଜାରି କଲା ସିଆରପିଏଫ

Published By : Prameya-News7 Bureau | February 17, 2019 IST

ଦିଲ୍ଲୀ ୧୭/୨ : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫ ଆଜି ଏକ ଆଡ଼ଭାଇଜାରୀ ଜାରି କରିଛି | ଆଡ଼ଭାଇଜାରୀରେ କହିଛି ଯେ, କିଛି ଲୋକେ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ କ୍ଷତବିକ୍ଷତ ଅଙ୍ଗଟ ଫଟୋ ସେୟାର କରୁଛନ୍ତି | ଏଭଳି ଫଟୋ ପୋଷ୍ଟ, ସେୟାର କିମ୍ବା ଲାଇକ ନକରିବାକୁ ସିଆରପିଏଫ ନିର୍ଦେଶ ଦେଇଛି | ଏଭଳି କୌଣସି ପୋଷ୍ଟ ଯଦି ସୋସିଆଲ ମିଡ଼ିଆରେ ସେୟାର ହୁଏ ତା'ହେଲେ [email protected] ସୂଚନା ଦେବା ପାଇଁ ଅନୁରୋଧ କରିଛନ୍ତି |

{"id":86080}


ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସିଆରପିଏଫ ଆଡ଼ଭାଇଜାରୀ ଜାରି କରିଥିଲା ଯେ, ଏଭଳି ନିରାଶଜନକ ସ୍ଥିତିରେ ସହିଦଙ୍କ ପରିବାରର କାନ୍ଦ ବୋବାଳି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ନକରନ୍ତୁ | କାରଣ ଏସବୁ ଦେଖି ଆତଙ୍କବାଦୀ ଖୁସି ମନେଇଥାନ୍ତି | ଆତଙ୍କବାଦୀ ଚାହୁଁଛନ୍ତି ଯେ, ଦେଶରେ ଏଭଳି ନିରାଶଜନକ ମାହୋଲ ରହୁ | ଏଭଳି ଫଟୋ ଅଟ୍ଟାଙ୍କବାଦୀଙ୍କ ସାହସ ବୃଦ୍ଧି କରିଥାଏ | ମିଡ଼ିଆକୁ ଏହି ନିୟମ ପାଳନ କରିବା ପାଇଁ ସିଆରପିଏଫ ଅନୁରୋଧ କରିଛି |

{"id":86081}


ଗୁରୁବାର ଦିନ ହୋଇଥିବା ହମଲା ପରେ ସମସ୍ତ ଟିଭି ଚାନେଲକୁ କେନ୍ଦ୍ର ସରକାର ସୂଚାଇ ଦେଇଥିଲେ ଯେ, ଏମିତି କୌଣସି ସାମଗ୍ରୀ ବା ଫଟୋ ପ୍ରସାରଣ ନ କରନ୍ତୁ ଯାହାଫଳରେ ହିଂସା ବଢିବ | ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ସମସ୍ତ ଟିଭି ଚାନେଲକୁ ଏ ଦିଗରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ | ଯାହାଫଳରେ ଦେଶର ଅଖଣ୍ଡତା ଉପରେ ପ୍ରଭାବ ପଡିବ |

wp:quote

ADVISORY: It has been noticed that on social media some miscreants are trying to circulate fake pictures of body parts of our Martyrs to invoke hatred while we stand united. Please DO NOT circulate/share/like such photographs or posts. Report such content at [email protected]— ??CRPF?? (@crpfindia) February 17, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.