ଆତଙ୍କବାଦୀଙ୍କ ଉପରେ ଭାରି ପଡ଼ିବେ ମହିଳା ଯବାନ, ଅପରେସନରେ ସାମିଲ ନେଇ ଚାଲିଛି ବିଚାରବିମର୍ଶ
30/12/2022 at 9:55 PM

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଉପରେ ଭାରି ପଡ଼ିବେ ଭାରତୀୟ ମହିଳା ଯବାନ । ସେନା ଅପରେସନରେ ସାମିଲ ହେବେ ମହିଳା । ସୀମାରେ ସିଜ୍ ଫାୟାର ତଥା ଏନକାଉଣ୍ଟର ସ୍ଥାନ ମାନଙ୍କରେ ଅର୍ଦ୍ଧ ସାମରିକବଳର ମହିଳା ଯବାନମାନେ ନିୟୋଜିତ ହେବେ । ଏଥିପାଇଁ ସିଆରପିଏଫରେ ମହିଳାଙ୍କୁ ତାଲିମ ଦିଆଯିବା ନେଇ ବିଚାର କରାଯାଉଛି । ଏପରି ହେଲେ ଏହା ଜାମ୍ମୁ-କାଶ୍ମୀର ଉଗ୍ରବାଦ ଇତିହାସରେ ପ୍ରଥମ ହେବେ ।
ସିଆରଫିଏଫ ଇନିସିପେକ୍ଟର ଚାରୁ ସିହ୍ନା କହିଛନ୍ତି, ସେନା ଅପରେସନରେ ଅର୍ଦ୍ଧ ସାମରିକବଳର ମହିଳା ଯବାନଙ୍କୁ ସାମିଲ କରିବା ନେଇ ପ୍ରତିରକ୍ଷା ବିଭାଗ ବିଚାରବିମର୍ଶ କରୁଛି । ସିକ୍ୟୁରିଟି ଫୋର୍ସରେ ପୁରୁଷଙ୍କ ଦବଦବା ରହିଛି । ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ସମୟରେ ମହିଳାଙ୍କୁ ସାମିଲ କରିବା ସମ୍ଭବ ନୁହେଁ । ହେଲେ ଏବେ ଏହି ବିଚାରରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏଦିଗରେ ମହିଳା ଯବାନଙ୍କୁ ସାମିଲ କରିବା ନେଇ ବିଚାର କରାଯାଉଛି ।
ସୁରକ୍ଷା ଅଧିକାରୀ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅପରେସନ ସମୟରେ ଲୋକଙ୍କ ଘର ସର୍ଚ୍ଚ କରିବାକୁ ପଡ଼ୁଛି । ଘରରେ ମହିଳା ରହୁଥିବାରୁ ସର୍ଚ୍ଚ ଅପରେସନରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହି ପରିସ୍ଥିତିରେ ମହିଳା ଯବାନଙ୍କୁ ନିୟୋଜିତ କରିବା ଠିକ୍ ହେବ । ଏଥିପାଇଁ ମହିଳା ୟୁନିଟି ଟ୍ରେନିଂ ଉପରେ ଫୋକସ୍ ଦିଆଯାଉଛି ବୋଲି କହିଛନ୍ତି ।