ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ ଯବାନ

Published By : Prameya-News7 Bureau | September 14, 2023 IST

କେନ୍ଦ୍ରାପଡ଼ା: କର୍ମକ୍ଷେତ୍ରରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମର ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତି l ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି l ୪୩ ବର୍ଷୀୟ ସଂଗ୍ରାମ ସିଆରପିଏଫରେ ଯୋଗଦେଇ ବହୁ ଗୁରୁତ୍ବପୂର୍ଣ୍ଣ ଅପରେସନରେ କାର୍ଯ୍ୟ କରିଛନ୍ତି l ନିକଟରେ ତାଙ୍କର ଛତିଶଗଡ଼ ବଦଳି ହୋଇଥିଲା l ଆଉ ଛତିଶଗଡ଼ରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

{"id":844683,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ବୁଧବାର ସକାଳେ ଦୈନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟାମ୍ପକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡି ଯାଇଥିଲେ l ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସଂଗ୍ରାମଙ୍କ ମରଶରୀର କେନ୍ଦ୍ରାପଡାରେ ପହଁଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା l ତାଙ୍କର ପତ୍ନୀ ଓ ଏକ ତିନି ବର୍ଷ ର ପୁଅ ଅଛନ୍ତି l

wp:heading {"level":4}

ଅଧିକ ପଢନ୍ତୁ- ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.