ଦୁଷ୍ଟ କାଉ କରୁଛି ନାକେଦମ୍‌, ଘରୁ ବାହାରିବାକୁ ଲାଗୁଛି ଡର; ସୋଫି ଓ ତାଙ୍କ ପଡ଼ୋଶୀ ଚିନ୍ତାରେ

Published By : Prameya-News7 Bureau | April 06, 2022 IST

ବ୍ରିଟେନ୍‌ ୬/୦୪ : ମହିଳାଙ୍କ ପ୍ରେମରେ କାଉ। ପୂରା ତ ରୋମିଓ ଆଉ। ପ୍ରେମିକ ପ୍ରବର ଭଳି  ମହିଳା ଯୁଆଡ଼େ ଯାଉଛନ୍ତି, ତାଙ୍କ ପଛରେ ଯାଉଛି କାଉ। ଗାଧୋଇଲାବେଳେ  କଣେଇ କଣେଇ ଚାହୁଁଛି। କାର୍‌ କାଚରୁ ବି ତାଙ୍କୁ ଉଣ୍ଡୁଛି। କଥା ଟା ବିଶ୍ୱାସ ହେଉନି ନା। କିନ୍ତୁ ସତ।  ଏମିତି କରୁଛି କାଉଟି। କାଉର ଏମିତି କାର୍ଯ୍ୟକଲାପରେ ଅତିଷ୍ଟ ମହିଳା।  ସେ ନିଜର ଏହି ସମସ୍ୟା ବିଷୟରେ ସୋସିଆଲ ମିଡିଆରେ କରିଛନ୍ତି ସେଆର।

ମହିଳା ଜଣକ ହେଲେ ସୋଫି ଜୋନ୍ସ । ବୟସ ୩୪।  ବ୍ରିଟେନ୍‌ରେ ରହୁଥିବା ସୋଫି ଦାବି କରିଛନ୍ତି ତାଙ୍କୁ ଖୁବ୍‌ ହଇରାଣ କରୁଛି କାଉ।  ସେ ଯେତେବେଳେ ଗାଧଉଛନ୍ତି ସେତେବେଳେ କାଉଟି ତାଙ୍କୁ ସେମିତି ଚାହିଁ ରହୁଛି। କଣେଇ କଣେଇ ଚାହୁଁଛିକ।  କାଉ ତାଙ୍କୁ ପୂରା ହଇରାଣ କରୁଛି। ଏଥିପାଇଁ ସୋଫି ଖୁବ୍‌ ଚିନ୍ତାରେ।

ସୋଫି କୁହନ୍ତି, କାଉ ତାଙ୍କ ଘରର ଝରକା ପାଖରେ ଆସି ରହେ। ଆଉ କା କା ରାବ ଛାଡ଼ିଥାଏ। ଏମିତିକି ତାଙ୍କ କାରର ଝରକା ପାଖରେ ବସି ତାଙ୍କୁ ଚାହିଁ ରହିଥାଏ।  କାଉର ଏମିତି କାର୍ଯ୍ୟକଳାପରେ ଖୁବ୍‌ ଭୟଭୀତ ସୋଫି।  ଏହି କାରଣରୁ ତାଙ୍କୁ ଘରୁ ବାହାରିବାକୁ ବି ଡର ଲାଗୁଛି।  ସେହି କାଉ ଏବେ ତାଙ୍କ ପଡ଼ୋଶୀଙ୍କୁ ବି କରୁଛି ହଇରାଣ।

ସୋଫି କୁହନ୍ତି, ଏବେ ମୁଁ ଆଉ ଏ ସବୁକୁ ସମ୍ଭାଳି ପାରୁନି। ଯେବେ ମୁଁ ବାହାରକୁ ବାହାରୁଛି ମୋତେ ଡର ଲାଗୁଛି। କାହିଁକିନା କାଉର ଡର ମୋତେ ସବୁବେଳେ ଲାଗି ରହୁଛି।  ଆମ ଘର କାନ୍ଥରେ ବସି ସେ  ସବୁବଳେ ମୋତେ ଚାହୁଁଛି।  କାଉକୁ ଦେଖି ଏମିତି ଲାଗେ  ସେ ବୋଧ ହୁଏ କିଛି ଚାହୁଁଛି।‘

ସୋଫି ଅନୁମାନ କରନ୍ତି ଯେ, ତାଙ୍କ ଘର ପାଖରେ ଜଣେ ବୟସ୍କ ବ୍ୟକ୍ତି ରୁହନ୍ତି। ସେ କାଉକୁ ଖାଇବାକୁ ଦିଅନ୍ତି, ସେଥିପାଇଁ ବୋଧେ କାଉ ଆସିଥାଏ। କିନ୍ତୁ କାହିଁକି କେଜାଣି ସେ ସୋଫିଙ୍କ ପିଛା ଛାଡେଣି। ଏମିତିକି ତାଙ୍କ ଘରେ ପଶିଯାଏ ଓ ତାଙ୍କୁ ଫଲୋ ବି କରେ। କେବଳ ସୋଫି ନୁହେଁ କାଉର ଏମିତି କାର୍ଯ୍ୟ କଳାପରେ ଆକପାଖରେ ସମସ୍ତେ ଅତିଷ୍ଟ।

ସୋଫି ଜଣେ ସିଙ୍ଗିଲ୍‌ ୱିମେନ୍‌।  ସେଥିପାଇଁ  ସେ କେବେ କେବେ ଖୁବ୍‌ ଡରି ଯାଆନ୍ତି। ଆଉ ଏଥିପାଇଁ ଷ୍ଟ୍ରେସରେ ବି ରୁହନ୍ତି। ତେବେ ଇଏ କାଉର ପ୍ରେମ ନୁହେଁ ଦୁଷ୍ଟାମୀ। ଯାହା ସମସ୍ତଙ୍କୁ କରିଛି ନାକେଦମ୍‌।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.