ବେଆଇନ୍‌ କ୍ରସର ଉପରେ ପ୍ରଶାସନର ଆକ୍ସନ : କରାଗଲା ସିଲ୍‌ , ଆଗକୁ ଆହୁରି ହେବ କଡାକଡି

Published By : Prameya-News7 Bureau | December 02, 2020 IST

ଚଣ୍ଡିଖୋଲ ୦୨।୧୨: ବେଆଇନ୍‌ କ୍ରସର ଉପରେ ପ୍ରଶାସନର ଛାଟ । ବେଆଇନ୍ ଭାବେ ଚାଲିଥିବା କ୍ରସର ଉପରେ ପ୍ରଶାସନ ପକ୍ଷରୁ ଚଢାଉ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନରେ ବେଆଇନ୍‌ ଭାବେ କ୍ରସର ଚାଲିଥିଲା । ଯାହାକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ ।

{"id":371300,"sizeSlug":"large"}

ଖବର ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ରସର ଉପରେ ଚଢାଉ କରାଯାଇଛି । ସଂପୃକ୍ତ କ୍ରସର ସିଲ୍‌ କରାଯାଇଛି । ତେବେ ଚଢାଉ ବେଳେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାରଙ୍କ ସମେତ ବହୁ ଅଧିକାରୀ ସାମିଲ ।

{"id":371301,"sizeSlug":"large"}

ସୁରକ୍ଷା ଦୃଷ୍ଟି ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି । ବର୍ଷ ବର୍ଷ ଧରି ଧର୍ମଶାଳା ତହସିଲ ଅଧୀନ ରେ ବେଆଇନ ଭାବେ ଶହ ଶହ କ୍ରସର ଗଢି ଉଠିଥିଲା । ଧର୍ମଶାଳା ତହସିଲ ଅଧୀନ ରେ ୩୦୦ରୁ ଅଧିକ କ୍ରସର ଚାଲୁଥିବା ବେଳେ ବେଆଇନ ଭାବେ ଚାଲିଥିବା ୨୪୩ଟି କ୍ରସର ଭଙ୍ଗା ଯିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପାର୍ଯ୍ୟାୟରେ ବିଛାଖଣ୍ଡି ପାହାଡ଼ରେ ଥିବା ବେଆଇନ କ୍ରସର ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି ।

{"id":371304,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.