କୋଟିଏ ଶିବଲିଙ୍ଗର ପାହାଡ଼ କୁଟୁଣିପଦରର ମୁକ୍ତେଶ୍ବର, ଦେଖିବାକୁ ମିଳେ ୬ ଇଞ୍ଚରୁ ୬ ଫୁଟ ଉଚ୍ଚ ଲିଙ୍ଗ

Published By : Prameya-News7 Bureau | November 27, 2023 IST

ନାରାୟଣପାଟଣା ୨୭।୧୧: କୋଟିଏ ଶିବ ଲିଙ୍ଗର ପାହାଡ଼ । କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଲଷ୍ମୀପୁର ବ୍ଲକର କୁସୁମଗୁଡା ପଞ୍ଚାୟତର କୁଟୁଣିପଦର ଶୈବପୀଠ । ଯୁଆଡେ ଦେଖିବ ଖାଲି ଲିଙ୍ଗ । କୁହାଯାଏ ଏହି ପାହାଡ଼ର ଯେଉଁଠି ଖୋଳିଲେ ବାହାରୁଛି ଶିବଲିଙ୍ଗ । ଏପରିକି ଗୁମ୍ଫା ଭିତରେ ମଧ୍ୟ ରହିଛି ଶିବ ଲିଙ୍ଗ । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରିକି ପାଦ ପକେଇବାକୁ ମଧ୍ୟ ଖଣ୍ଡିଏ ଜାଗା ନାହିଁ । ୬ ଇଞ୍ଚ ଠାରୁ ଆରମ୍ଭ କରି ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଲିଙ୍ଗ ଗୁଡିକ ଆପଣ ଦେଖିବାକୁ ପାଇବେ । ଆପଣ ଯେତେ ସତର୍କରେ ଗଲେ ବି ଆପଣଙ୍କ ଗୋଡ଼ରେ ଗୋଟିଏ ନା ଗୋଟିଏ ଲିଙ୍ଗ ବାଜିବ । ଯିଏ ହେଲେବି ଏହି ଅଲୌକିକ ଦୃଶ୍ୟକୁ ନିଶ୍ଚୟ ଥରେ ଦେଖିବା କଥା ।

{"id":875508,"sizeSlug":"large","linkDestination":"none"}

କେବଳ ଲିଙ୍ଗ ନୁହେଁ ବରଂ ଅନନ୍ତ ଶୟନ ଓ ମା' ଦୁର୍ଗା ଓ ତାରିଣୀଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ମଧ୍ୟ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ । ଲୁକ୍କାୟିତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ଏହା ରହିଥିବା ବେଳେ ଏବେ ଲୋକଲୋଚନକୁ ଆସୁଛି । ବାବାଙ୍କ ଏହି ଅଲୌକିକ ଦୃଶ୍ୟ ସହ ମହିମାକୁ ନେଇ ଜୋରସୋରରେ ପ୍ରଚାର ହେଉଥିବା ବେଳେ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଛୁଟି ଆସୁଛନ୍ତି । ପବିତ୍ର କାର୍ତ୍ତିକ ମାସ ହୋଇଥିବାରୁ ବେଶ ଭିଡ଼ ଦେଖିବାକୁ ମିଳୁଛି । ବାବାଙ୍କ ଦର୍ଶନ ପାଇଁ ସକାଳ ଠାରୁ ଶ୍ରଦ୍ଧାଳୁମାନେ ଧାଡିରେ  ଅପେକ୍ଷା କରିଛନ୍ତି ।

କେବଳ ପାହାଡ଼ ଉପରକୁ ଚଢିବା ପାଇଁ ପାହାଚ ନିମନ୍ତେ ପ୍ରଶାସନ ତରଫରୁ କିଛି ଅନୁଦାନକୁ ବାଦ୍ ଦେଲେ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଆଉ କୌଣସି ସହାୟତା କିଛି ନଥିବା ଯୋଗୁଁ ଗ୍ରାମର କେତେକ ଯୁବକ ଗୋଟିଏ କମିଟି ଗଠନ କରି ଗାଡି ପାର୍କିଂ ଓ ଦର୍ଶନ ପାଇଁ ଟିକଟ ଆକାରରେ ଶ୍ରଦ୍ଧାଳୁଙ୍କ ଠାରୁ ଆଦାୟ କରୁଥିବା ଦେଖିବାକୁ ମିଳିଛି । ଭକ୍ତଙ୍କ ମନସ୍କାମନା ପୂରଣ ହେଉଥିବା ଓ ଏହା ପ୍ରସାରିତ ହେଉଥିବାରୁ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହାର ଉନ୍ନତି ଦିଗରେ ପଦକ୍ଷେପ ନେବାପାଇଁ ଦାବି କରୁଛନ୍ତି ଶ୍ରଦ୍ଧାଳୁ ।

{"id":875509,"sizeSlug":"large","linkDestination":"none"}

କୁସୁମୁଗୁଡ଼ା ଠାରୁ କୁଟୁଣିପଦରର ଏହି ଶୈବପୀଠ ପର୍ଯ୍ୟନ୍ତ ଦୂରତା ୪ କିଲୋମିଟର ଥିବାବେଳେ ଅଣ ଓସାରିଆ ଓ ଖାଲ ଖମା ରାସ୍ତା ଯୋଗୁଁ ଗାଡ଼ିଗୁଡ଼ିକ ଯିବା ଆସିବାରେ ବାଧା ସୃଷ୍ଟି ହେଉଥିବାରୁ ଘଣ୍ଟା ଘଣ୍ଟା ଧରି  ଟ୍ରାଫିକ୍ ଜାମ ହୋଇଯାଉଛି । ଏହି ରାସ୍ତାକୁ ସମ୍ପ୍ରସାରଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ପର୍ଯ୍ୟଟନ ବିଭାଗ କେବଳ ସୂଚନା ଫଳକ ଲଗାଇ ନୀରବ ରହିଥିବା ଅଭିଯୋଗ ହେଉଛି  । ଆପଣ ଏହି ଶୈବପୀଠକୁ ଯିବାକୁ ହେଲେ କୋରାପୁଟରୁ ରାୟଗଡା ରାସ୍ତାରେ ପ୍ରାୟ ୪୭ କି.ମି. ଯିବା ପରେ କୁସୁମଗୁଡା ଠାରୁ ବାମକୁ ପ୍ରାୟ ୪ କିଲୋମିଟର ଯିବାକୁ ପଡିଥାଏ । ନଚେତ ଲଷ୍ମୀପୁର ଠାରୁ ପ୍ରାୟ ୧୦ କି.ମି. ପରେ ଡାହାଣକୁ ବୁଲିବାକୁ ପଡିଥାଏ ।

You Can Read:

wp:embed {"url":"https://www.prameyanews7.com/151-feet-long-boat-floated-by-villagers-in-soro-of-balasore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/151-feet-long-boat-floated-by-villagers-in-soro-of-balasore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.