Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳାହାଣ୍ଡିରେ ଋଣ ଜାଲିଆତି : ତିନି ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ, ଆରମ୍ଭ ହେଲା ତଦନ୍ତ

18/06/2019 at 2:14 PM

କଳାହାଣ୍ଡି ୧୮|୬: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ  ବ୍ୟାଙ୍କ କର୍ମଚାରୀ , ପଚାଂୟତ ନିର୍ବାଚିତ ପ୍ରତିନିଧି  ଓ  ଦଲାଲ ମିଶି  ଚାଷୀଙ୍କ ନାଁରେ ବେନାମୀ କୃଷି ଋଣ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରିଥିବା ସମ୍ନାକୁ ଆସିଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖା ଅନ୍ତର୍ଗତ  ଅଂଚଳର ଦୁଧେଲ, କାନ୍ଦୁଲଝର, ଟେପସା, ପଲନା, ବାଲିପାଟି, ଅଜରାଇ, ଅର୍ତ୍ତଲ ଆଦି ଗାଁର ଚାଷୀଙ୍କୁ  ଋଣ ଟଙ୍କା  ୩୦ଦିନ ଭିତରେ  ପରିଶୋଧ ପାଇଁ ନୋଟିସେ ଆସିବା ପରେ ଠକେଇ ଘଟଣା ଜଣାପଡିଛି ।                                  

ଠକେଇର ଶୀକାର ସମସ୍ତେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରି ନ ଥିବାବେଳେ ନୋଟିସ ପାଇବା ପରେ ଚିନ୍ତାରେ ଅଛନ୍ତି ଚାଷୀ ।  ପ୍ରାଥମିକ ଯାଞ୍ଚ ପରେ କିଛି ଚାଷୀ ନାଁରେ ଜାଲ୍ ଦସ୍ତଖତ କରି ଋଣ  ଉଠା ଯାଇଥିବାବେଳେ, କିଛି ଚାଷୀଙ୍କ ନାଁ ରେ ଅନ୍ୟ ବ୍ୟକ୍ତିଙ୍କ ଫଟୋ ଓ ନକଲି ଭୋଟର ପରିଚୟ ପତ୍ର ଦେଇ ଋଣ ଟଙ୍କା ଉଠା ଯାଇଛି । ଏପରିକି କିଛି ଚାଷୀଙ୍କ ନକଲି ଆରଓଆର ଓ ମାଲଗୁଜାରୀ ରସିଦ ଦେଇ ଟିପ ଚିହ୍ନ ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରlଯାଇଛି ।  ଦୁଇ ମୃତ ଚାଷୀଙ୍କ ନାଁରେ ମଧ୍ୟ ଟଙ୍କା  ହଡପ କରାଯାଇଥିବା ସମ୍ନାକୁ ଆସିଛି ।   

ଏନେଇ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ହେବା ପରେ ଉତ୍କଳ ଗ୍ରାମ୍ୟା ବ୍ୟାଙ୍କ ଆଂଚଳିକ ଶାଖା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।      

   Related Posts