ଅବକାରୀ ନିୟମରେ ଦୁର୍ନୀତି : ମଦ ବ୍ୟବସାୟୀଙ୍କ ପାଖରୁ କୋଟି କୋଟି ଟଙ୍କା ଆଣିଛନ୍ତି ମନୀଷ ସିସୋଦିଆଙ୍କ ନିକଟତର, FIRରେ ଦର୍ଶାଇଲା ସିବିଆଇ

Published By : Prameya-News7 Bureau | August 19, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନିୟମରେ ଦୁର୍ନୀତି ଅଭିଯୋଗ ଆଣି ଆଜି ସିବିଆଇ ଦିଲ୍ଲୀ  ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଘଟଣାରେ ଆଜି ମନୀଷଙ୍କୁ ଦାୟୀ କରି ମାମଲା ରୁଜୁ କରିଛି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ଜଣେ ମଦ ବ୍ୟବସାୟୀ ଏକ ଫାର୍ମ ପାଇଁ ମନୀଷ ସିସୋଦିଆଙ୍କୁ ୧ କୋଟି ଟଙ୍କା ଦେଇଥିବା ସିବିଆଇ ଅଭିଯୋଗ କରିଛି। ଏହି ଫାର୍ମଟି ମନୀଷଙ୍କ ସମ୍ପର୍କିୟ ପରିଚଳନା କରୁଥିବା ସିବିଆଇ ମାମଲାରେ କହିଛି।

ସିବିଆଇର କହିବା ଅନୁସାରେ ବଡି ରିଟେଲ ଗୁଡ଼ଗାଓର ନିର୍ଦ୍ଦେଶକ ଅମୀତ ଅରୋରା, ଦିନେଶ ଅରୋର ଏବଂ ଅର୍ଜୁନ ପାଣ୍ଡେ ମନୀଷଙ୍କର ଅତି ନିକଟତର।  ଏମାନେ ମଦ ସାଇସେନ୍ସଧାରୀଙ୍କ ଠାରୁ ଟଙ୍କା ଆଦାୟ କରି ତାକୁ ପରିଚାଳନା କରୁଥିଲେ।  

ସିବିଆଇ ତା ଏଫ୍‌ଆଇଆର୍‌ରେ କଣ ଲେଖିଛି ଜାଣନ୍ତୁ-
୧. ଲିକର କମ୍ପାନୀ ଏବଂ ମଧ୍ୟସ୍ଥିମାନେ ଲିକର ପିଲିସକୁ ବନାଇବା ଓ ଲାଗୁ କରିବାରେ ସକ୍ରିୟ ଭୂମିକା ନିଭାଇଥିଲେ।

୨. ମନୀଷ ସିସୋଦିଆଙ୍କର ନିକଟତର ଅମିତ ଅରୋରା, ଦିନେଶ ଅରୋରା ଏବଂ ଅର୍ଜୁନ ପାଣ୍ଡେ ମଦ ଲାଇସେନ୍ସଧାରୀଙ୍କ ଠାରୁ କମିଶନ ଆଦାୟ କରୁଥିଲେ।
୩. ମଦ କମ୍ପାନୀ ଇଣ୍ଡୋସ୍ପିରିଟ୍ସ ଦିନେଶ ଅରୋରାଙ୍କର ସମ୍ପର୍କ ଥିବା କମ୍ପାନୀକୁ ୧ କୋଟି ଟଙ୍କା ଟ୍ରାନ୍ସଫର କରିଥିଲା

୪. ବିଜୟ ନାଏରଙ୍କ ପାଇଁ ଅର୍ଜୁନ ପାଣ୍ଡେ ସରକାରୀ ଅଫିସରଙ୍କୁ ଲାଞ୍ଚ ଦେବାକୁ ସମୀର ମହେନ୍ଦ୍ରୁଙ୍କ ଠାରୁ ଏକାଥରକେ ୨-୪ କୋଟି ଟଙ୍କା ଆଣିଛନ୍ତି।

ଏହି ମାମଲାରେ ସିବିଆଇ ୯ ବ୍ୟବସାୟୀ ଓ ଦୁଇଟି କମ୍ପାନୀକୁ ପକ୍ଷଭୁକ୍ତ କରିଛି। ୧୯ ଟିସ୍ଥାନରେ ଚଢ଼ାଉ କରିଛି।  ମାମଲାରେ ମନୀଷ ସିସୋଦିଆଙ୍କ ସମେତ ଅବକାରୀ କମିଶନର ଅରବା ଗୋପୀ କ୍ରିଷ୍ଣ, ଡେପୁଟି ଅବକାରୀ କମିଶନର ଆନନ୍ଦ କୁମାର ତିୱାରୀ, ଆସିଷ୍ଟାଣ୍ଟ ଅବକାରୀ କମିଶନ ପଙ୍କଜ ଭଟନାଗର ଏବଂ ୯ ବ୍ୟବସାୟୀ ଓ ଦୁଇଟି କମ୍ପାନୀ ଦୁର୍ନୀତି ମାଲାରେ ଯୋଡ଼ି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.