LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଲକାନଗିରିରେ ନିଆଁରେ ଜଳିଗଲା ୫ଏକର ଫସଲ ; ଚାଷୀ ମୁଣ୍ଡରେ ଚଡକ

21/11/2018 at 1:35 PM

ମାଲକାନଗିରି ୨୧|୧୧:  ନିଆଁର ଜଳିଗଲା ଫସଲ । ଧାନ ଅମଳ ବେଳେ କିଆରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଫସଲ ସମେତ ଟ୍ରାକ୍ଟର ଓ ଧାନ ଅମଳ କରୁଥିବା ମେସିନ ଜଳି ପୋଡି ପାଉଁଶ ହୋଇଯାଇଛି । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମଭି୫୧ ଗାଁରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଆଜି ଏମଭି୫୧ ଗାଁର ଦିଲ୍ଲୀପ ମଣ୍ଡଳ ନାମକ ଜଣେ ଚାଷୀ ନିଜର ୫ଏକର ଜମିରେ ଧାନ ଅମଳ କରୁଥିବା ସମୟରେ ଟ୍ରାକ୍ଟରେର ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରୁ ନିଆଁ ସମ୍ପୂର୍ଣ୍ଣ ଧାନ ଜମିକୁ ବ୍ୟାପିଯାଇଥିଲା । ଧାନ କ୍ଷେତ ଓ ଗୋଟିଏ ଟ୍ରାକ୍ଟର ସମେତ ଧାନ ଅମଳ କରୁଥିବା ମେସିନ୍ ମଧ୍ୟ ଜଳିଯାଇଛି । ଦିଲ୍ଲୀପଙ୍କ କ୍ଷେତରେ ନିଆଁ ଲାଗିଥିବା ଦେଖି ଅନ୍ୟ ଚାଷୀ ମାନେ ଦମକଳ କେନ୍ଦ୍ରକୁ ଫୋନ୍ କରିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ମାତ୍ର ୫ଏକର ଧାନ କ୍ଷେତକୁ ରକ୍ଷା କରାଯାଇପାରିନଥିଲା । ତେବେ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହେବା ଦେଖି ଏମଭି୫୧ ଗ୍ରାମର ଚାଷୀମାନେ ସରକାରଙ୍କ ପକ୍ଷରୁ ଆର୍ଥିକ ସହୟତା ଦାବି କରିଥିଲେ ।

   Related Posts