ପଦ୍ମପୁର ୦୯।୦୫: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଳକରେ କାଳବୈଶାଖୀ ଓ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ଜମିରେ ହିଁ ଧାନ ଗଜା ଦେଲାଣି । ରାଜବୋଡାସମ୍ବର ବ୍ଳକ ଅଧୀନସ୍ଥ ଲୋହାରପାଲି,ଗମାରୀଡିହି ବୁଧାପାଲି,ପୁରେନା ଅଂଚଳରେ ରବି ଋତୁରେ ସାତ ଶହ ଏକର ଜମିରେ ଚାଷୀ ମାନେ ଚାଷ କରିଛନ୍ତି । କରୋନା ଯୋଗୁଁ ସାରା ଭାରତରେ ତାଲାବନ୍ଦ ଯୋଗୁଁ ଲୋକ ଘରୁ ପଦାକୁ ବାହାରୁ ନାହାନ୍ତି ।
{"id":266991,"sizeSlug":"large"}ସରକାର ଚାଷୀ ମାନଙ୍କୁ ଚାଷ କରିବା ପାଇଁ ନିୟମ କୋହଳ କରିବା ପରେ ଚାଷୀ ମାନେ ଖୁସିରେ ଚାଷ କରିଥିଲେ । ତେଣୁ କିଛି ଚାଷୀର ଧାନ କେଣ୍ଡାରେ ରହିଥିବା ବେଲେ କିଛି ବାଷୀଙ୍କ ଧାନ କଟି ବିଳରେ ଥୋଇଥିଲେ । ହେଲେ ଏହି ଅମଳ ସମୟରେ କାଳବୈଶାଖୁ ବର୍ଷା ତଥା କୁଆପଥର ମାଡ ଯୋଗୁଁ ଏହି ଚାଷୀ ମାନଙ୍କ ଧାନ ପୁରାପୁରି ଭାବରେ ନଷ୍ଟ ହୋଇ ଗଯାହୋଇ ଯାଇଛି । ବିଲରେ ପାଣି ଜମିଯିବା ଯୋଗୁଁ ଧାନ ପାଣିରେ ବୁଡ଼ି ରହିଛି ଏବେ ମଧ୍ୟ ବିଲରୁ ପାଣି ବହୁଥିବାରୁ ପରିସ୍ଥିତି ଅହୁରି ଖରାପ ।
{"id":266992,"sizeSlug":"large"}ଧାନ ଗଛ ଗୁଡିକ ପଡ଼ିବାରେ ଲାଗିଲାଣି ଏବଂ ଧାନ କେଣ୍ଡାରେ ହିଁ ଗଜା ହୋଇଯାଉଛି । ଚାଷୀ ପାଖରେ ବର୍ତମାନ ସମୟରେ ଲୋକ ଲଗେଇ କାମ କରିବା ପାଇଁ ଆର୍ଥିକ ସକ୍ଷମ ନଥିବାରୁ ସେ ନିଜେ ହିଁ ଧାନ ସାଉଁଟିବା ରେ ଲାଗିପଡିଛି । କାରଣ କିଛି ଧାନ ଅମଲା ହୋଇଯିବ ଅସାରଖି । ଚାଷୀ ଧାରକରଜ କରି କରିଥିଲା ସେହି କରଜ କିପରି ସୁଝିବ ଏବେ ତାର ମୁଣ୍ଡ ର ବ୍ୟଥା ସାଜିଛି ଆଗାମୀ ଖରିଫ ଋତୁରେ ଚାଷ ଧାନ ଚାଷ କରିବା ପାଇଁ ଅର୍ଥଶୁନ୍ୟ ହୋଇ ପଢିବା ଦର୍ଶାଇଛନ୍ତି । ତେଣୁ ସରକାର ଏହି ଦୁର୍ବିପାକ ସମୟରେ ଚାଷୀଙ୍କୁ ଏହି କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି