ତରଭା ଓ ପଦ୍ମପୁରରେ ମରୁଡି ସ୍ଥିତି; କେବେ ମିଳିବ ସରକାରୀ ସହାୟତା

Published By : Prameya-News7 Bureau | October 28, 2018 IST

ବରଗଡ଼ ୨୮/୧୦ :ଚଳିତ ବର୍ଷ ଆରମ୍ଭରୁ ଭଲବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଆରମ୍ଭ କରିଥିଲା ଚାଷି । ଭଲ ଅମଳ ସହିତ ଦୁଇ ପଇସା ଆୟ କରିବ ଏହା ଥିଲା ଆଶା । ହେଲେ ଭଲ ଭାବରେ ପାଖରୁ ଟିକେ ନିରେକି ଦେଖନ୍ତୁ । ଧାନଗଛର ସବୁତକ ପତ୍ର ଶୁଖି ହଳଦିଆ ହୋଇଯାଉଛି । ଯେଉଁ ଜମି ବର୍ତ୍ତମାନ ସବୁଜ ଖୀର ଖାଇବା କଥା ଏବେ ପାଣି ଅଭାବରୁ ଚାଷ ଜମି ସବୁ ଫାଟି ଆଁ କରିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଅବସ୍ଥା । ବ୍ଲକର ସମଗ୍ର ୨୧ ଟି ପଂଚାୟତରେ ପାଣି ଅଭାବରୁ ଏକର ଏକର ଜମିର ଧାନଚାଷ ବର୍ତ୍ତମାନ କ୍ଷତି ହୋଇଥିବା ବେଳେ ଦେଖାଦେଇଛି ମରୁଡି ପରିସ୍ଥିତି । ପ୍ରଥମରୁ ଭଲ ଚାଷ ହୋଇଥିବା ବେଳେ ଧାନ କେଣ୍ଡାଏ ମଉଳି ପଡିଥିବା ଦେଖିବାକୁ ମଳୁଛି । ଯେଉଥତ୍ପାଇଁ ଚିନ୍ତାରେ ଚାଷି । ଚାଷିର ଜମିରେ ପାଣି ଅଭାବରୁ ବର୍ତ୍ତମାନ ଚାଷ ସଂପୁର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । କେଉଁଠି ଚାଷି ମଟର ଯୋଗେ ପାଣି ଦେଉଥିବା ବେଳେ ଆଉ କେଉଁଠି ନିଜ ଚାଷ ଜମିରେ ଗୋରୁ ଚରିବାକୁ ଛାଡି ଦେଲାଣି ଚାଷି । ଧାରକରଜ କରି କରିଥିବା ଚାଷ ନଷ୍ଟ ହେବାରୁ ଚାଷିର ମେରୁଦଣ୍ଡ ଦୋହଳି ପଡିଛି । କିପରି ଭାବରେ ରୁଣ ପରିଷୋଧ କରିବ ଓ ନିଜ ପରିବାରକୁ ପ୍ରତିପୋଷଣ କରିବ ସେ ନେଇ ବର୍ତ୍ତମାନ ଚିନ୍ତାରେ । ବିଗତ ତିନି ବର୍ଷ ଧରି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଚଷୀ ମଋୁଡିର ଶିକାର ହୋଇ ସାରିଥିବା ବେଳେ ଚଳିତ ବର୍ଷ ମଧ୍ୟ ପୁଣି ଥରେ ଏହି ଆଶଙ୍କା । ବିଗତ ତିନି ବର୍ଷ ଧରି ଲଗାତାର ମଋଡି ଅଂଚଳର ଚଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ସମୟରେ ଚଳିତ ବର୍ଷ ଚଷକାମ ଆରମ୍ଭ ସମୟରେ ନିୟମିତ ବର୍ଷ। ଦେଖି ଚଷୀ ମନରେ ଆଶାର ସଂଚର ହୋଇଥିଲା । ଋଣ କରଜ କରି କୌଣସି ଭାବେ ଚଷୀ ସାର ବିହନ କିଣି ଚଷକାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଏ ବର୍ଷ ମଧ୍ୟ ଅଂଚଳର ଚଷୀଙ୍କୁ ଦଇବ ସାହା ହୋଇ ନାହାନ୍ତି । ଠିକ ଧାନ କ୍ଷୀର ଖାଇବା ସମୟରେ ବର୍ଷ।ଛାଡ ହେବାରୁ ଏବେ ସବୁ ଜମି ଶୁଖିଲା ପଡିଛି । ପାଣି ଅଭାବରୁ ଜମିରେ ମାଟି ଫାଟି ଆଁ କରିବା ସହ ଧାନଗଛ ଗୁଡିକ ଶୁଖିବା ଆରମ୍ଭ କଲାଣି । ଏହି ଅବସ୍ଥା ଦେଖି ଜଟେସିରା ଅଂଚଳର ଚଷୀ ଏବେ ମର୍ମ।ହତ । କିପରି ସେ ସୁଝିବ ବ୍ୟାଙ୍କ, ସମବାୟ ସମିତି, ସାହୁକାର ଓ ସାର ଦୋକାନର ଋଣ ଏହି ଚିନ୍ତାରେ ଚିନ୍ତିତ ଚାଷୀ । ଏହା ସହ ଭଲ ଧାନ ଅମଳ ହେଲେ ପୁଅଝିଅଙ୍କ ବାହାଘର ପାଇଁ କେତେସ୍ବପ୍ନ ଦେଖିଥିବା ଚଷୀ ଏବେ ସେହି ସବୁ ସ୍ବପ୍ନ ତା ଆଖି ଆଗରେ ଧୁଲିସାତ ହେଉଥିବା ଦେଖି ଭାଙ୍ଗି ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.