ଫସଲ ହାନି ଓ ଋଣ ଭାର ସହିନପାରି ଚାଷୀ ଆତ୍ମହତ୍ୟା
31/08/2018 at 5:34 AM

କୋରାପୁଟ ୩୧/୮ : ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି | କୋରାପୁଟ ଜିଲ୍ଲା ପଟାଂଗୀରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି | ମୃତ ଚାଷୀ ଜଣକ ହେଲେ ମଳିମାରଲ ଗାଁର ବଳରାମ ଗୁଣ୍ଡା | ଫସଲ ହାନି ଓ ଋଣ ଭାରରେ ଅତିଷ୍ଠ ହୋଇ ସେ ଜୀବନ ହାରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି |