‘ପେଥାଇ’ ପ୍ରଭାବରେ ବର୍ଷା ଯୋଗୁଁ ଦେବଗଡ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | December 20, 2018 IST

ଦେବଗଡ ୨୦|୧୨: ପେଥାଇ ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଦେବଗଡ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତିଲେଇବଣୀ ବ୍ଲକ କାଳିଆଖମାର, ହେଟଖମାର ଗାଁର ଅନେକ ଚାଷୀଙ୍କ ଧାନ ଫସଲ ଉଜୁଡି ଯାଇଛି । ବିଲରେ କଟାହୋଇ ପଡିଥିବା ଧାନକୁ ଚାଷୀ ପାଣିରୁ ଛାଣିବାରେ ବ୍ୟସ୍ତ ।  ଧାନ ସହ ଅନ୍ୟାନ୍ୟ ଅମଳକ୍ଷମ ଫସଲ ପନିପରିବା ଏହି ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇ ଯାଇଛି। ଧାନ ସହ ପନିପରିବା ଓ ସୋରିଷ କ୍ଷେତ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଋଣ କରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଚାଷରେ ବ୍ୟାପକ ଅର୍ଥ ବିନିଯୋଗ କରି ଶେଷରେ ଭାଗ୍ୟ ଉପରେ ଭରସା ରଖିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ  ବିଭିନ୍ନ ଅଧିକାରୀ  ନିୟୋଜିତ ହୋଇଛନ୍ତି । କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବାପରେ ଏହା ସରକାରଙ୍କ ପାଖକୁ ପଠାଯିବ ବୋଲି ଆପଦ କାଳିନ ଅଧିକାରୀ କହିଛନ୍ତି । ଅଦିନିଆ ବର୍ଷା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଚାଷୀ କୂଳ ହତାଶ ହୋଇପଡ଼ିଛି। ଏଣୁ ଶୀଘ୍ର  ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.