କଳାହାଣ୍ଡିରେ ଚକଡା ଚଡକ ; ଚକଡା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ଅଭିଯୋଗ, ମରୁଡି ଘୋଷଣା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ
3/11/2018 at 12:20 PM

କଳାହାଣ୍ଡି ୩|୧୧: କଳାହାଣ୍ଡିରେ ଚକଡ଼ା ଚଡକ । ଭବାନୀପାଟଣା ବ୍ଲକର ୧୧ଟି ପଞ୍ଚାୟତରେ ଚକଡା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ସେହି ଅଞ୍ଚଳକୁ ମରୁଡି ଘୋଷଣା ଦାବିରେ ଚାଷୀମାନେ ୧୬ ନମ୍ବର ରାଜ୍ୟ ରାଜପଥ ଆବରୋଧ କରିଛନ୍ତି । ଫଳରେ ଭବାନୀପାଟଣା-ଖରିଆଳ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଛି । ଭବାନୀପାଟଣା ବ୍ଲକର ବୌର୍ଡ।, ମାଟିଆ, ମାଦିଗୁଡା, ସଁପୁରେ, ବୋରଭଟ୍ଟା, କେନ୍ଦୁପାଟି, ଗୁର୍ଜୁଂ ପ୍ରମୁଖ ୧୧ଟି ପଞ୍ଚାୟତରେ ଚକଡା ପୋକ ମାଡିଯିବାରୁ ଧାନ ଚାଷ ସମ୍ପୃର୍ଣ୍ଣ ଉଜୁଡିଯାଇଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023