scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ୟା ପାଣିରେ ମାଡ଼ି ଆସିଲା କୁମ୍ଭୀର, ଆତଙ୍କିତ ଗ୍ରାମବାସୀ

6/08/2023 at 4:53 PM

ବୌଦ୍ଧ: ହୀରାକୁଦ ଡ୍ୟାମ ଗେଟ୍ ଖୋଲିବା ଫଳରେ ତଳିଆ ଅଞ୍ଚଳ ତଥା ବୌଦ୍ଧ ମହାନଦୀରେ ଧୀରେ ଧୀରେ ପାଣି ବଢ଼ିବାରେ ଲାଗିଛି। ତେବେ ବନ୍ୟା ପାଣିରେ ଜିଲ୍ଲାର ହରଭଙ୍ଗା ବ୍ଲକରେ ଆସିଛି ପ୍ରାୟ ୧୬ ଫୁଟ୍ର ଗୋଟିଏ ଘଡ଼ିଆଳ କୁମ୍ଭୀର । ଲୋକେ ବନ୍ୟା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି ।

Also read- ଧରାପଡ଼ିଲା ନରହନ୍ତା କୁମ୍ଭୀର, ବାସନ ମାଜିବା ବେଳେ ମହିଳାଙ୍କୁ ଟାଣି ନେଇଥିଲା

ଆଜି କରଡି ମହାନଦୀରେ ଲୋକେ ଗାଧୋଉଥିବା ବେଳେ ବନ୍ୟା ପାଣିରେ କରଡି ମହାନଦୀ କୂଳରେ ଏକ କୁମ୍ଭୀର ଯାଉଥିବାର ସ୍ଥାନୀୟ ବାସିନ୍ଦା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମହାନଦୀ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବା ଯୋଗୁଁ କୁମ୍ଭୀର ଘରମୁହାଁ ହେବା ନେଇ ଲୋକେ ଭୟଭୀତ ଅଛନ୍ତି । ଏପରି ପରିସ୍ଥିତିରେ ଗ୍ରାମରେ ଆତଙ୍କ ଖେଳିଯାଇଥବା ବେଳେ ଘଟଣା ସ୍ଥଳ ଏ ପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ ଆସିନଥିବା ଲୋକେ  ଅସନ୍ତୋଷ ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ, ତଳମୁଣ୍ଡରେ ବନ୍ୟା ପାଣି କମୁଥିଲେ  ହେଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ଜଳସ୍ତର ୬୨୧.୯୭ ଫୂଟ୍ ରହିଛି। ଛତିଶଗଡ଼ କେଲୋ ଡ୍ୟାମରେ ୮ଟି ଗେଟ୍ ଖୋଲି ବନ୍ୟାପାଣି ଛାଡ଼ିଛି। ଫଳରେ ହୀରାକୁଦର ଆଉ ଗେଟ୍ ଖୋଲିପାରେ ବୋଲି କୁହାଯାଉଛି।

   Related Posts