ପୋଖରୀରୁ ଉଦ୍ଧାର ହେଲା ୪ ଫୁଟର କୁମ୍ଭୀର, ଭିତରକନିକାରେ ଛାଡିଲା ବନବିଭାଗ

Published By : Prameya-News7 Bureau | January 07, 2023 IST

କେନ୍ଦ୍ରାପଡ଼ା ୦୭/୦୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଖମାରସାହି ପଂଚାୟତର ରଘୁନାଥ ଦାସଙ୍କ ପୋଖରୀରେ ଏକ ୪ ଫୁଟର କୁମ୍ଭୀର ଉଦ୍ଧାର ହୋଇଛି । ପୋଖରୀ ହୁଡ଼ାରେ ଏକ କୁମ୍ଭୀର ଶୋଇଥିବାର ଦୃଶ୍ୟ ଦେଖି ରଘୁନାଥଙ୍କ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।

ତୁରନ୍ତ ଏ ସମ୍ପର୍କରେ ବନ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ବନବିଭାଗର କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଭିତରକନିକା ନଦୀରେ ଛାଡି ଥିବାର ଜଣାପଡିଛି । ତେବେ କୁମ୍ଭୀରଟି ନଦୀ ନାଳ ଅତିକ୍ରମ କରି ପୋଖରି ପର୍ଯ୍ୟନ୍ତ କିପରି ପହଞ୍ଚିଲା ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.