ନଦୀରେ ବୁଲୁଛି ବିଶାଳକାୟ କୁମ୍ଭୀର, ଭୟରେ ଅଞ୍ଚଳବାସୀ

Published By : Prameya-News7 Bureau | November 13, 2023 IST

ଭୋଗରାଇ ୧୩।୧୧: ନଦୀରେ ବୁଲୁଛି ବିଶାଳକାୟ କୁମ୍ଭୀର । ଯାହାକୁ ନେଇ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ । ଭୟରେ ନଦୀକୁ ଯାଉନାହାନ୍ତି ଲୋକେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତର କୁଣ୍ଡୁଳି ଗ୍ରାମର ପାର୍ଶ୍ୱ ଦେଇ ଯାଇଥିବା ଡୁବଡୁବି ନଦୀରେ ଦେଖିବାକୁ ମିଳିଛି ବିଶାଳକାୟ କୁମ୍ଭୀର । ରବିବାର କିଛି ଲୋକ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀରଟି ପାଣିରେ ଭାସୁଥିବା ଦେଖିଥିଲେ । ଲୋକମାନେ ଭୟରେ ପାଟି କରିବାରୁ କୁମ୍ଭୀରଟି ପଳାଇ ଯାଇଥିଲା । ଏହି ସମୟରେ କିଛି ଲୋକ ଭିଡିଓ ଉତ୍ତୋଳନ କରିଥିଲେ । ଯାହାର ଭିଡିଓ ମୋବଇଲରୁ ମୋବଇଲକୁ ଭାଇରାଲ ହେଉଛି ।

ଏ‌ହି ନଦୀରେ ଅଞ୍ଚଳର ପାଖାପାଖି ୭୦ ପ୍ରତିଶତ ଲୋକେ ମାଛ ଧରି ଜୀବିକାନିର୍ବାହ କରିଥାନ୍ତି । ଏହି କୁମ୍ଭୀର ଦେଖିବା ପରେ ଭୟରେ ମାଛ ଧରିବା ପାଇଁ ଯାଉନାହାନ୍ତି । ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲା ସମୟରେ କୁମ୍ଭୀର ନଦୀରେ ଦେଖା ଯାଇନଥିଲା । ବନ ବିଭାଗ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ନଦୀରେ କୁମ୍ଭୀର ବୁଲୁଥିବା ସତ୍ୟାସତ୍ୟା ଜଣାପଡିବ । ପୂର୍ବରୁ ଏହି ନଦୀରେ କେବେବି କୁମ୍ଭୀର ଦେଖିବାକୁ ମିଳିନଥିଲା । ହଠାତ ଏହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଲୋକେ । ନଦୀଟି କଷାଫଳ ନିକଟରେ ସମୁଦ୍ରରେ ମିଶିଥିବାରୁ ଜୁଆର ସମୟରେ ଭାସି ଆସିଥିବା ଅନୁମାନ କରାଯାଉଛି ।

You Can Read :

wp:embed {"url":"https://www.prameyanews7.com/fire-mishap-in-cowshed-in-guali-village-of-cuttack-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fire-mishap-in-cowshed-in-guali-village-of-cuttack-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.