ଭୁବନେଶ୍ୱର ଉପକଣ୍ଠରେ କୁମ୍ଭୀର ଆତଂକ

Published By : Prameya-News7 Bureau | August 11, 2018 IST

ବାରଂଗ୧୧|୮- ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ବଡବାଙ୍କ ଜଳାଶୟରେ ମଗର କୁମ୍ଭୀର ଥିବା ଠାବ କରାଯାଇଛି । ଗତ କାଲି ଗ୍ରମବାସୀ କୁମ୍ଭୀରଟିକୁ ଦେଖି ଅତଙ୍କିତ ହୋଇ ପଡିଥିଲେ । ସଙ୍ଗେସଙ୍ଗେ ନନ୍ଦନକାନନ କତୃପକ୍ଷ ଏବଂ ଚନ୍ଦକା ବନ ବିଭାଗକୁ ଖବର କରିଥିଲେ । ବନବିଭାଗ ଆଜି ସକାଳେ ଘଟଣା ସ୍ଥଳରେ ପହଂଚି ପ୍ରଥମେ ଘଟଣାର ଅନୁଧ୍ୟାନ କରିଥିଲେ । କୁମ୍ଭୀରଟି ଗଭୀର ଜଳଭିତରେ ଲୁଚିଯାଇ ଥିବାରୁ ତାକୁ ଦେଖିବା ସମ୍ଭବ ହୋଇ ପାରିନଥିଲା । ଏବେ ଚନ୍ଦକା ବନ ଅଧିକାରୀ ରେଞର ମାନସ ରଞନ ମାହାନ୍ତି ,ସହନିର୍ଦେଶକ ହିମାଂଶୁ ଶେଖର ମହାନ୍ତି ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଂଚି କୁମ୍ଭୀରକୁ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି । କୁମ୍ଭୀରକୁ ଧରିବା ପାଇଁ ଏକ ଜାଲ ଧରାଳି ଟିମକୁ ଡକାଯାଇଛି । କିଛ ସମୟ ପରେ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାନେଇ ସୂଚନା ଦେଇଛି ବନ ବିଭାଗ । ସ୍ଥାନୀୟ ଲୋକଙ୍କ କହିବା କଥା ଗତମାସରେ ଲଗାଣ ବର୍ଷା ହେବାରୁ ନିକଟରେ ଥିବା ବଡୁନଇ ଜୋରରେ ପ୍ରବଳ ପାଣିଆସିଥିଲା । ସେହି ସମୟରେ ପାଣି ଜଳାଶୟରେ ମିଶିଥିଲା । ଏହାର ସୁଯୋଗ ନେଇ କୁମ୍ଭୀର ଟି ନନ୍ଦନକାନନ ପ୍ରାଣିଉଦ୍ୟାନ କିମ୍ବା ଡେରାସ ଡ୍ୟାମରୁ ଏଠାକୁ ଆସିଥାଇ ପାରେ । ବନବିଭଗ ତୁରନ୍ତ କୁମ୍ଭୀରକୁ ଉଦ୍ଧାର ନକଲେ ଗାଇଗୋରୁ ଛେଲିମେଣ୍ଢା ବିପଦରେ ପଡିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.