ପାଇକା ନଦୀର ବନ୍ୟା ଜଳରେ ବୁଲୁଛି କୁମ୍ଭୀର, ଭୟରେ ଅଞ୍ଚଳବାସୀ
17/08/2022 at 5:07 PM

ଜଗତସିଂହପୁର, ୧୭/୦୮: କୁଜଙ୍ଗ ବ୍ଲକ କାଠ କୋଟ ନିକଟ ପାଇକା ନଦୀରେ ୫୦ ଫୁଟର ଘାଇ ଦେଖିବାକୁ ମିଳିଛି । ବ୍ୟାପକ ଅଞ୍ଚଳ ଜଳ ମଗ୍ନ ହୋଇଛି । ୩ ଶହରୁ ଉର୍ଦ୍ଧ୍ୱ ପରିବାର ଜଳ ବନ୍ଦୀ ହୋଇ ରହିଛନ୍ତି । ତେବେ ଘାଇ ନିକଟରେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକମାନେ ଭୟଭୀତ ରହିଛନ୍ତି ।
ଅନ୍ୟପଟେ ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି ଲୋକେ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶିଛି ବନ୍ୟଜଳ । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।
Related Posts
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023