ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର, ଯୁବକ ମୃତ

10/07/2022 at 9:26 AM

ଭଦ୍ରକ, ୧୦/୦୭ : କୁମ୍ଭୀର ଆକ୍ରମଣରେ ଗଲା ଯୁବକଙ୍କ ଜୀବନ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ଅଞ୍ଚଳରେ ଏମିତି ଅଘଟଣ ଘଟିଛି ।

ସୂଚନାନୁସାରେ, ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ଏହାସହ ସେଠାରେ ଲଗାଇଥିବା ଜାଲ ଉଠାଉଥିଲେ । ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀ କୁ ଟାଣି ନେଇଥିଲା । ତେବେ ପରେ ସ୍ଥାନୀୟ ଲୋକେ ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଏନେଇ ଜଣାଇଥିଲେ।

ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ ଏକ କିଲୋମିଟର ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କ ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

   Related Posts