ମହାନଦୀ ପଠାରେ ବଉଳା କୁମ୍ଭୀର, ଉଦ୍ଧାର ପରେ ସାତକୋଶିଆ ଗଣ୍ଡରେ ଛାଡିଲା ବନବିଭାଗ

Published By : Prameya-News7 Bureau | March 02, 2024 IST

ଖଣ୍ଡପଡା ୦୨/୦୩: ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ନିକଟସ୍ଥ ମହାନଦୀ ବାଲିରେ ବୁଲୁଛି ବଉଳା କୁମ୍ଭୀର । ଖବର ପାଇ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର ପରେ ସାତକୋଶିଆରେ ଛାଡିଲା ବନବିଭାଗ ।

ସୂଚନା ଥାଉକି, କେନ୍ଦୁପଲ୍ଲୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ମହାନଦୀକୁ ମାଛ ମାରିବା ପାଇଁ ଯିବାବେଳେ ରାସ୍ତା ମୁହାଁ ହୋଇଥିବା ଏକ କୁମ୍ଭୀରକୁ ହଠାତ୍ ଦେଖିଥିଲେ । ଏହାପରେ ସେ ଗ୍ରାମବାସୀଙ୍କ ନିକଟକୁ ଖବର ଦେଇଥିଲେ । ତା ପରେ ଗ୍ରାମବାସୀମାନେ ଦୌଡି ଆସିଥିଲେ । କୁମ୍ଭୀରକୁ କାବୁ କରିବା ସହିତ ଗଣିଆ ବନବିଭାଗକୁ ଫୋନକରି ଜଣାଇଥିଲେ ।

ବନବିଭାଗର ବନପାଳ ବବୁଲ ସାହୁ, ବନପାଳ ସନ୍ତୋଷ କୁମାର ସାହୁ ସମେତ ସମସ୍ତ ସ୍କ୍ୱାର୍ଡ ଉପସ୍ଥିତ ହୋଇଥିଲେ ଏବଂ ଉଦ୍ଧାର କୁମ୍ଭୀରକୁ ବଡମୁଳ ସ୍ଥିତ ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.