ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମନମାରି ବସିଛି ଗୋରୀ, ନା’ ଠିକ୍‌ରେ ଖିଆପିଆ କରୁଛି ନା’ ଡାକିଲେ ଶୁଣୁଛି : ତେବେ କାହିଁକି ଋଷିଛି ଗୋରୀ ଚାଲନ୍ତୁ ଜାଣିବା

5/06/2019 at 4:01 PM

ପଟ୍ଟାମୁଣ୍ଡାଇ ୫|୬: ମନମାରି ବସିଛି ଗୋରୀ । ନା’ ଠିକ୍‌ରେ ଖିଆପିଆ କରୁଛି ନା’ ଡାକିଲେ ଶୁଣୁଛି । ୧୫ଦିନ ହେଲାଣି ଗୋରୀର ଆଚରଣ ପୂରାପୂରି ବଦଳିଯାଇଛି । ଆମେ କହୁଛୁ ଭିତରକନିକାରେ ଥିବା ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀର କଥା । ତେବେ କାହିଁକି ଋଷିଛି ଗୋରୀ, ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

୧୯୭୫ ମସିହା । ଏପ୍ରିଲ୍‌ ୨୨ ତାରିଖ । ଡାଙ୍ଗମାଳଠାରେ ପ୍ରତିଷ୍ଠା କରାଯାଇଥିବା ଦେଶର ପ୍ରଥମ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ପ୍ରଥମ ଥର ପାଇଁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା । ତାପମାତ୍ରା କମ୍‌ ହୋଇଯିବାରୁ ଅଧିକାଂଶ ଅଣ୍ଡିରା ଶାବକ ଜନ୍ମ ହୋଇଥିବା ବେଳେ ମାତ୍ର ୨ଟି ମାଈ ଶାବକ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ଗୋଟିଏ ଛୁଆ ଧଳା ରଙ୍ଗର ହୋଇଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶଙ୍ଖ ମଲ ମଲ ପରି ଧଳା କୁମ୍ଭୀର ଶାବକଟିକୁ ଦେଖି ପ୍ରାଣୀ ବିଜ୍ଞାନୀମାନେ ଶ୍ରଦ୍ଧାରେ ତା’ର ନାଁ ଦେଇଥିଲେ ‘ଗୋରୀ’ ।

ଏହି ବିରଳ ପ୍ରଜାତିର ଶଙ୍ଖୁଆ କୁମ୍ଭୀରର ଲାଳନପାଳନ ଅତି ଯତ୍ନ ସହ କରାଯାଇଥିଲା । ଧୀରେ ଧୀରେ ବଡ଼ ହୋଇଥିଲା ଗୋରୀ । ଭାରତର ପ୍ରଥମ ଧଳା କୁମ୍ଭୀର ଗୋରୀକୁ ଦେଖିବାକୁ ୧୫ବର୍ଷ ଯାଏଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ସେତେବେଳେ ଗୋରୀକୁ ଦେଖିବାକୁ ମନ ବଳାଇବାରୁ ତାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଭୁବନେଶ୍ବର ଅଣାଯାଇଥିଲା । ସେତେବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଗୋରୀକୁ ମାସ୍କଟ୍‌ କରାଯାଇଥିଲା ।

ଏବେ ଗୋରୀକୁ ୪୪ ପୁରି ୪୫ ଚାଲିଲାଣି । ହେଲେ କିଛି ଦିନ ହେଲାଣି ଗୋରୀ ଆଚରରେ ଅସ୍ବାଭିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମନମାରି ବସିଛି ଗୋରୀ । ନା’ ଠିକ୍‌ରେ ଖିଆପିଆ କରୁଛି ନା’ ଡାକିଲେ ଶୁଣୁଛି । ପ୍ରତିଦିନ ପାଞ୍ଚ ଛଅ କିଲୋ କଙ୍କଡ଼ା ଓ ମାଛ ଖାଉଥିବା  ଗୋରୀ ଏବେ ଦୁଇ-ତିନି ଦିନରେ ଅତି କଷ୍ଟରେ ଦେଢ଼ରୁ ଦୁଇ କିଲୋ ଖାଦ୍ୟ ଖାଉଛି । ଖାଇବାକୁ ଡାକିଲେ ଦୌଡ଼ି ଆସୁଥିବା ଗୋରୀ ଏବେ କାହାରି ଡାକ ଶୁଣୁନି । କୁହାଯାଉଛି ମାଆ ନହେବା ଦୁଃଖରେ ମନମାରି ବସିଛି ଗୋରୀ । ଗୋରୀର ଏଭଳି ଅସ୍ବାଭାବିକ ଆଚରଣ ବନ୍ୟଯନ୍ତୁପ୍ରେମୀ ଏବଂ ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି ।

୧୯୮୭ ମସିହାରେ ହାଇଦ୍ରାବାଦରୁ ଗୋରୀ ପାଇଁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇଥିଲା । ଲଗାତର ୩ବର୍ଷ ଯାଏଁ ସେମାନଙ୍କ ମିଳନ ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ତାହା ସମ୍ଭବ ହୋଇପାରିଲା ନାହିଁ । ଶେଷରେ ଗୋରୀର ଆକ୍ରମଣରେ ଅଣ୍ଡିରା କୁମ୍ଭୀରଟିର ମୃତ୍ୟୁ ହୋଇଥିଲା । ହେଲେ ଏବେ ଗୋରୀର ଏଭଳି ଅବସ୍ଥାକୁ ନେଇ କେତେ ତତ୍ପର ବନ ବିଭାଗ ତାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts