Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଗମେଇ ନଦୀରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଆତଙ୍କିତ

16/03/2023 at 4:05 PM

ବାସୁଦେବପୁର ୧୬।୩: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଗମେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖାଦେଇଛି । ନଦୀରେ କୁମ୍ଭୀରକୁ ଦେଖି ଆଖପାଖ ଅଂଚଳର ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନନ୍ଦପୁରଠାରେ ଯାଇଥିବା ଗମେଈ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ସ୍ଥାନୀୟ ଗ୍ରାମବାସୀ ନିକଟରେ ଥିବା ଝାଉଁ ବଣରେ ବୁଲୁଥିବା ସମୟରେ ନଦୀ ପଠାରେ ଏକ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଥିଲେ । କୁମ୍ଭୀରଟି ପାଖାପାଖି ୫ ଫୁଟ ଲମ୍ବର ହୋଇଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ।

ଦୁଇ ବର୍ଷ ପୂର୍ବେ ଏହି ନଦୀରୁ ଏକ ମା’ କୁମ୍ଭୀର ଉଦ୍ଧାର କରି ଗ୍ରାମବାସୀମାନେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।

   Related Posts