ରାସ୍ତା ପାର୍ କଲା ବଉଳା କୁମ୍ଭୀର, ଆତଙ୍କିତ ଲୋକେ

Published By : Prameya-News7 Bureau | November 05, 2022 IST

ପଟ୍ଟାମୁଣ୍ଡାଇ ୦୫/୧୧: ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ରାସ୍ତାରେ କୁମ୍ଭୀରକୁ ଦେଖିଥିଲେ ସ୍ଥାନୀୟ ଲୋକେ । ରାଜନଗର ଭିତରକନିକା ମୁଖ୍ୟରାସ୍ତା ଘଡିଆମାଳ ନିକଟରେ ଘଟିଛି ଘଟଣା ।

wp:html /wp:html

ସୂଚନା ଥାଉକି, କୋଚିଆ ନଦୀରୁ ବ୍ରାହ୍ମଣୀ ନଦୀକୁ ସେଇ ରାସ୍ତା ଦେଇ ଅତିକ୍ରମ କରୁଥିଲା ବଉଳା କୁମ୍ଭୀର । ଏଭଳି ବିଶାଳକାୟ କୁମ୍ଭୀରକୁ ରାସ୍ତା ଉପରେ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ନଦୀ କିମ୍ବା ପୋଖରୀରେ ଥିବା ସନ୍ଦେହ କରୁଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.