ଜୟପୁର ୨୫।୧: ଗାଁରେ ଆତଙ୍କ ଖେଳାଇଛନ୍ତି କୁମ୍ଭୀର । ଗାଁ ନିକଟ ବନ୍ଧରେ କୁମ୍ଭୀର ବସା। ଆହାର ପାଇଁ ରାତିରେ ଗାଁରେ ବୁଲୁଛନ୍ତି । ଭୟରେ ରହିଛନ୍ତି ଗ୍ରାମବାସୀ ।
{"id":215643,"sizeSlug":"large"}ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୁଣ୍ଡ୍ରା ବ୍ଲକର ବଗଡେରି ପଂଚାୟତରେ କୁମ୍ଭୀର ଆତଙ୍କ । ଗତ ୪ଦିନ ହେଲା ନିକଟ ନଦୀରୁ ଚାଲି ଆସି ସ୍କୁଲ ନିକଟ ପଂଚାୟତ ବନ୍ଧରେ ଡେରା ପକାଇଛି । ବନ୍ଧରେ କିଛି ଆହାର ମିଳୁ ନଥିବାରୁ ରାତିରେ ଗାଁରେ ବୁଲି ଆହାର ଖୋଜୁଛନ୍ତି । ଆହାର ଖୋଜିବା ସମୟରେ ଚଳାଚଳ କରୁଥିବା ଗାଡି ଚାପାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଯାଇଛି ।
{"id":215644,"sizeSlug":"large"}ଅନ୍ୟ କୁମ୍ଭୀରଟି ବର୍ତ୍ତମାନ ଆତଙ୍କ ଖେଳାଇଛି । ଶୀତୁଆ ସକାଳ ହୋଇଥିବାରୁ ଖରା ଖାଇବାକୁ ପଦାକୁ ଆସୁଛି । କୁମ୍ଭୀରଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ନିକଟରେ ସ୍କୁଲ ଥିବାରୁ ପିଲାମାନଙ୍କର ଭୟ ବଢିଯାଇଛି। ବନ ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହିଛି।