ମହାନଦୀରେ କୁମ୍ଭୀର ଆତଙ୍କ, ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ
1/10/2023 at 12:42 PM

ବିନିକା ୦୧।୧୦: ସୋନପୁର ଜିଲ୍ଲା ମହାନଦୀରେ କୁମ୍ଭୀର ଆତଙ୍କ । ସୋନପୁର ମହାନଦୀ ପାଣିରେ କୁମ୍ଭୀର ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଯାହାଫଳରେ ଜିଲ୍ଲାର ମହାନଦୀ କୁଳିଆ ଅଞ୍ଚଳର ଲୋକେ ଭୟଭୀତ ରହିଛନ୍ତି ।
ତେବେ ବିନିକାଠୁ ଆରମ୍ଭ କରି ସେଳେଡି, ସୋନପୁର ,ଗୋଧନେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ମହାନଦୀ କୁଳିଆ ଲୋକେ ନଦୀକୁ ଯିବାପାଇଁ ଭୟ କରୁଛନ୍ତି । ଏହାସହ ପରିବାର ପାଇଁ ରୋଜଗାର କରୁଥିବା ମତ୍ସ୍ୟଜୀବୀ ମାନେ ମଧ୍ୟ ନଦୀକୁ ମାଛ ଧରିବା ପାଇଁ ଯିବାକୁ ଭାୟ କରୁଛନ୍ତି l ଏନେଇ ବନ ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ମହାନଦୀକୁ ନଯିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି l
Related Posts
ମିଜୋରାମ୍ରେ ବଦଳିଲା ଭୋଟ୍ ଗଣତି ଦିନ; ରବିବାର ନୁହେଁ ସୋମବାର କାଉଣ୍ଟିଂ
2 December 2023