ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଠମଲ୍ଲିକ ମହାନଦୀରେ କୁମ୍ଭୀର ଆତଙ୍କ, ସ୍ଥାନୀୟ ଲୋକ ଭୟଭୀତ

15/07/2022 at 2:51 PM

ଆଠମଲ୍ଲିକ ୧୫: ଆଠମଲ୍ଲିକ NAC ନିକଟରେ ଥିବା ମହାନଦୀରେ ଶୁକ୍ରବାର ଏକ କୁମ୍ଭୀର ଚଳପ୍ରଚଳ କରୁଥିବା ଭିଡ଼ିଓ ଭାଇରାଲ ହୋଇଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କୁମ୍ଭୀରଟିର ଲମ୍ବ ୮ରୁ ୧୦ ଫୁଟ ଥିବା ଅନୁମାନ କରାଯାଉଛି । କୁମ୍ଭୀରଟି ଟିକରପଡାରୁ ଆସିଥାଇପାରେ ବୋଲି ଲୋକେ କହିଛନ୍ତି ।

ଲୋକେ କୁମ୍ଭୀରକୁ ଦେଖି ଭୟରେ ନଦୀକୁ ଯାଉନାହାନ୍ତି । ଅନ୍ୟପକ୍ଷରେ ନଦୀ ନିକଟକୁ ଚରିବାକୁ ଯାଉଥିବା ଗୃହପାଳିତ ଜୀବଜନ୍ତୁ ଉପରେ କାଳେ କୁମ୍ଭୀର ଆକ୍ରମଣ କରିବ ତାର ଭୟ ଲାଗି ରହିଛି । ସ୍ଥାନୀୟ ଅଞ୍ଚଳରୁ ଟିକରପଡାକୁ କୁମ୍ଭୀରକୁ ନେବା ପାଇଁ ମତପ୍ରକାଶ ପାଇଛି ।

   Related Posts