ଜୀବନ ନେଲା ମଣିଷ ଖିଆ କୁମ୍ଭୀର, ମଇଁଷି ଚରାଉଥିବାବେଳେ ଭାସ୍କରଙ୍କୁ ଟାଣିନେଲା

Published By : Prameya-News7 Bureau | August 31, 2023 IST

ରାଜନଗର ୩୧/୦୮: ରାଜନଗରରେ ପୁଣି ମାତିଲା କୁମ୍ଭୀର । ଜୀବନ ନେଇଛି ମଣିଷ ଖିଆ କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିଙ୍କୁ ଟାଣି ନେଲା କୁମ୍ଭୀର । ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର । ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଛି କୁମ୍ଭୀର । ଗ୍ରାମବାସୀଙ୍କ ଦ୍ବାରା ଖୋଜା ଖୋଜି ଜାରି ।

ସୂଚନା ଥାଉକି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳର ଭାସ୍କର ରାଉତ ମଇଁଷି ଚରାଉଥିବାବେଲେ ଭିଡି ନେଇଥିଲେ କୁମ୍ଭୀର । ଗତ କିଛିଦିନ ତଳେ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ପୋଖରୀରୁ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର ।

ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଥିଲା । ଆହୁରି ବି ଜଣେ ନାବାଳକଙ୍କୁ ଭିଡିନେଇଥିଲା କୁମ୍ଭୀର । ତେବେ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି କୁମ୍ଭୀର ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

you can also read...

wp:embed {"url":"https://www.prameyanews7.com/crococdile-fear-at-kendrapada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crococdile-fear-at-kendrapada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.