ଜଳକାରେ କୁମ୍ଭୀର ଆତଙ୍କ, ଆତଙ୍କିତ ସ୍ଥାନୀୟ ଲୋକେ
22/08/2022 at 10:16 AM

ଜଳେଶ୍ୱର ୨୨/୦୮: ଉତ୍ତର ଓଡ଼ିଶାରେ ବନ୍ୟା । ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ପରିସ୍ଥିତି ଗମ୍ମୀର ହୋଇଛି । ଏହାରି ଭିତରେ ବିପଦସଂକେତ ଉପରେ ପ୍ରବାହିତ ହେଉଛି ବିଭିନ୍ନ ନୀଦର ଜଳସ୍ତର । ଏମିତିକି ବିଭିନ୍ନ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।
ତଳିଆ ଅଞ୍ଚଳରେ ପାଣି ପଶିବାରୁ ଅନେକ ଲୋକେ ବାସହରା ହୋଇଛନ୍ତି । ଏପରି ସ୍ଥିତିରେ ଜଳକାରେ ଦେଖାଦେଇଛି କୁମ୍ଭୀର ଆତଙ୍କ । ଜଳକା ବନ୍ୟାରେ ଏବେବି ଶତାଧିକ ଗାଁ ଜଳମଗ୍ନ ହୋଇଛି । ତେବେ ଗାନ୍ଧୀ ଛକ ନିକଟରେ ଜଳକା ନଦୀରେ କୁମ୍ଭୀର ଥିବା ଲୋକେ ଦେଖିବାକୁ ପାଇଛନ୍ତି । ଫଳରେ କୁମ୍ଭୀର ଦେଖାଯିବ ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023