ତିନ୍ତତର ଫେରିଘାଟରେ କୁମ୍ଭୀର ଆତଙ୍କ, ଆତଙ୍କିତ ନଦୀକୁଳିଆ ଲୋକ
20/05/2023 at 10:42 AM

ଚାନ୍ଦବାଲି ୨୦/୦୫: ଚାନ୍ଦବାଲି ବ୍ଲକର ବାବା ଆଖଣ୍ଡଳମଣି ପୀଠ ଆରଡି ନିକଟରେ ଥିବା ତିନ୍ତତର ଘାଟ ନିକଟରେ ବାରମ୍ବାର ଦେଖିବାକୁ ମିଳୁଛି କୁମ୍ଭୀର । ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ନଦୀକୁଳିଆ ଲୋକଙ୍କ ସହ ନଦୀ ପାର ହୋଇ ଯାଉଥିବା ଲୋକମାନେ ।
ଘାଟ ଠାରୁ ପ୍ରାୟ ଦୁଇ ଶହ ମିଟର ଦୁରରେ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ ଲୋକେ । କୁମ୍ଭୀରଟି ଲମ୍ବା ୧୦ ରୁ ୧୫ ଫୁଟ ହୋଇଥିବା ଅନୁମାନ କରାଯାଉଛି । ତେବେ ବିଭିନ୍ନ ସମୟରେ ତିନ୍ତତର ଘାଟରେ ଅଧିକାଂଶ ସମୟରେ କୁମ୍ଭୀର ଦେଖିବାକୁ ମିଳିଥାଏ । ତିନ୍ତତର ଘାଟ ପାରି ହୋଇ ପ୍ରତିଦିନ ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲାର ବାସିନ୍ଦା ମାନେ ଆଖଣ୍ଡଳମଣିଙ୍କ ପୀଠକୁ ଶହଶହ ଭକ୍ତ ଦେଶି ଡଙ୍ଗା ମାଧ୍ୟମରେ ଯାତାୟାତ କରିଥାନ୍ତି।
ସେଥିପାଇଁ ବନବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଇଛି । ସେପଟେ ଗତ କିଛି ଦିନ ହେବ ଭଦ୍ରକ ଜିଲ୍ଲା ବୈତରଣୀ, ମନ୍ତେଇ ଓ ଗେଙ୍ଗୁଟି ନଦୀ ରେ ବିଭିନ୍ନ ସମୟରେ କୁମ୍ଭୀର ଦେଖିବାକୁ ମଧ୍ୟ ମିଳୁଛି ।