ନନ୍ଦନକାନନ ବାଘ ସଫାରୀ ଜଳାଶୟରେ ପସିଲା କୁମ୍ଭୀର, ୪ ଫୁଟ ଲମ୍ବର କୁମ୍ଭୀର ଦେଖିଲେ ପର୍ଯ୍ୟଟକ

Published By : Prameya-News7 Bureau | September 28, 2021 IST

ବାରଙ୍ଗ ୨୮।୯: ନନ୍ଦନକାନନ ପ୍ରାଣୀଉଦ୍ୟାନ ବାଘ ସଫାରୀରେ ପସିଲା କୁମ୍ଭୀର । ବାଘ ସଫାରୀ ଜଳାଶୟରେ ୪ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଛି । ତେବେ ବାଘ ସଫାରୀ ଭିତରକୁ କୁମ୍ଭୀର କେମିତି ପ୍ରବେଶ କଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେଲା ଲଗାଣ ବର୍ଷା ହେବା ଫଳରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ବିଭିନ୍ନ ଖୁଆଡରେ ଥିବା ଜଳାଶୟର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ କୁମ୍ଭୀରଟି ନିଜ ଖୁଆଡରୁ ଉଠିଆସି ବାଘ ସଫାରୀରେ ପସିଯାଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.