ବୈତରଣୀ କୂଳରେ ମାତିଛି ନରହନ୍ତା ଜନ୍ତୁ, ଗାଈକୁ ଟାଣିନେଇ ଝାମ୍ପି ଖାଇଲା କୁମ୍ଭୀର
26/09/2023 at 5:51 PM

ଚାନ୍ଦବାଲି ୨୬/୦୯: ପୁଣି ମାତିଲା ମଣିଷଖିଆ ଜନ୍ତୁ । ନଦୀ କୂଳରୁ ଗାଈକୁ ଟାଣି ଖାଇଲା କୁମ୍ଭୀର । ଆଖଣ୍ଡଳମଣି ପୀଠ ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀକୂଳରୁ ଏକ ଗାଈକୁ ଝାମ୍ଫିନେଇଛି ହିଂସ୍ର କୁମ୍ଭୀର।
ସୂଚନା ଥାଉକି, ନଦୀକୂଳରେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଥି ସାଙ୍ଗ ହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫\୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ଫି ନେଇଥିଲା । ଖାଲି ଝାମ୍ପି ନେଇନଥିଲା ନଦୀ ମଝିରେ କିଛି ସମୟ ଧରି ତାଣ୍ଡବ ରଚିଥିଲା ।
ଏପରି ଘଟଣା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ ହାଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀର ନଦୀ ମଝିରେ ଗାଈକୁ ଝୁଣି ଖାଇଚାଲିଥିଲା । ଏ ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ହୋଇଥିଲା । ଗତ କିଛି ଦିନ ଧରି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି ।