ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି ସ୍ବାସ୍ଥ୍ୟ ସେବା : ଆାୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟ ସେବା
Published By : Prameya-News7 Bureau | November 05, 2018 IST
ବାଲେଶ୍ବର ୫/୧୧: ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି । ସ୍ବାସ୍ଥ୍ୟକେନ୍ଦ୍ରରେ ଡା଼କ୍ତର ଅଭାବ ଯୋଗୁଁ ରୋଗୀ ମାନଙ୍କ ଜୀବନ ଏବେ ଭାଗ୍ୟ ଓ ଭଗବାନଙ୍କ ଡ଼େ।ରିରେ ବନ୍ଧା ପଡ଼ିଛି । ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର କୈାଣସି ଗୁରୁତ୍ବ ରହିଛି ନା ଜନ ପ୍ରତିନିଧିଙ୍କର ଧ୍ୟାନ ରହିଛି । ବର୍ତ୍ତମାନ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହିତ ୮ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୧ ଜଣ ଡ଼।କ୍ତର ଆବଶ୍ୟକ ଥିବାବେଳେ ଏବେ ମେଡ଼ିକାଲ ଅଫିସରଙ୍କୁ ଲଗାଇ ୨ ଜଣ ଡ଼।କ୍ତର ଓ ୬ ଜଣ ସେବୀକାଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟ ସେବା ।
ଭୈ।ଗୋଳିକ ଦୃଷ୍ଟିକୋଣରୁ ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ସହିତ (ଏନ୍ ଏ ସି)ର ୧୫ଟି ଓ୍ବାର୍ଡରେ ମୋଟ ୧ଲକ୍ଷ ୭୬ହଜାର ଜନସଂଖ୍ୟାରୁ ପ୍ରାୟ ୧ଲକ୍ଷ ଜନସାଧାରଣ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଏବଂ ପାଖ ରାଜକନିକା ବ୍ଲକର ମଧ୍ୟ କିଛି ପଞ୍ଚାୟତର ଜନସାଧାରଣ ଏହି କେନ୍ଦ୍ରକୁ ଆସିଥାନ୍ତି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡ଼।କ୍ତର ପଦବୀ ଖାଲି ପଡ଼ିଛି । ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ୮ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ଟି ଉପ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସେଥିରୁ କେବଳ ଆରଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଛାଡ଼ିଦେଲେ କୈ।ଣସି ସ୍ଥାନରେ ଡ଼।କ୍ତର ନାହାନ୍ତି ।ତେଣୁ ବ୍ଲକର ସବୁ ପଞ୍ଚାୟତର ରୋଗୀ ପ୍ରତିଦିନ ୪୦୦ରୁ ୫୦୦ରୋଗୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ।
ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଠିକ୍ ଭାବରେ ସ୍ବାସ୍ଥ୍ୟ ସେବା ମିଳିପାରୁନଥିବାରୁ ଅଧିକାଂଶ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା କଟକ ସ୍ଥାନାନ୍ତର ହେଉଛନ୍ତି। ଡ଼।କ୍ତର ଅଭାବରୁ ଅପରେସନ ହଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଆଜିଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏପଟେ ଦେଖିବାକୁ ଗଲେ ଅଧତ୍କାଂଶ ସ୍ଥାନରେ ଆୟୁଷ ଡ଼।କ୍ତର ମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଚଳାଉଛନ୍ତି। ତେବେ ଚାନ୍ଦବାଲି ବ୍ଲକରେ କେମିତି ଚାଲିଛି ସ୍ବାସ୍ଥ୍ୟ ସେବା ତାହା ଏଥିରୁ ବେଶ୍ ଅନୁମେୟ । ଯଦି ଏଥିପ୍ରତି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାନ୍ଦବାଲିରେ ଯେ ସ୍ବାସ୍ଥ୍ୟ ସମସ୍ୟା ଜଟିଳ ରୂପ ଧାରଣ ନ କରିବ ତାହା କହିହେବ ନାହିଁ ।