ଦାମୀ ଗାଡିରେ ଅପରାଧୀ ଲେଖୁଛନ୍ତି ପ୍ରେସ୍, ନିଜକୁ ସାମ୍ବାଦିକ କହି ଚଳାଉଛନ୍ତି ଆତଙ୍କରାଜ

Published By : Prameya-News7 Bureau | January 19, 2024 IST

କଟକ ୧୯।୧: ସାମ୍ବାଦିକ ନାମରେ ବଢୁଛି ଅପରାଧ । ଗ୍ୟାଙ୍ଗଷ୍ଟର ସକିଲ ଏବଂ ତା ସହଯୋଗୀ ହିଂମାଶୁ ଶେଖର ସାହୁ ଅପରାଧ କରିବା ସହ ନିଜ ଦାମୀ ଗାଡିରେ ପ୍ରେସ୍ ଲେଖା ଷ୍ଟିକର ମାରିଥିବା ସାମ୍ନାକୁ ଆସିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ବିଭିନ୍ନ ସମୟରେ ନିଜକୁ ସାମ୍ବାଦିକ କହି ଆତଙ୍କରାଜ ଚଳାଉଛନ୍ତି ଅପରାଧୀ ।

{"id":897694,"sizeSlug":"full","linkDestination":"none"}

ସକିଲ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ଭାବେ ହିଂମାଶୁ ଶେଖର ସାହୁ ହାତରେ ହାତକଡି ପିନ୍ଧାଇଛି କଟକ ସଦର ଥାନା ପୋଲିସ । ହିଂମାଶୁ ଠାରୁ ପୋଲିସ ଜବତ କରିଥିବା ଦାମୀ ଗାଡିରେ ଲେଖାଥିଲା ପ୍ରେସ୍ । ପୋଲିସର ପଚରାଉଚରା ସମୟରେ ନ୍ୟୁଜ୍ ୱାନ ନାମକ ଏକ ସଂସ୍ଥାର ଆଇଡି କାର୍ଡ ତିଆରି କରି ପ୍ରେସ୍ ଲେଖି ବୁଲୁଥିଲା । ସାମ୍ବାଦିକ ଲୋଗକୁ ଢାଲ କରି ଘଟାଉଥିଲା ଅନେକ ଅପରାଧ । କେବଳ ସଦର ଥାନା ନୁହେଁ ବରଂ ଭୁବନେଶ୍ବରର ମଧ୍ୟ ବିଭିନ୍ନ ଥାନାରେ ହିଂମାଶୁ ନାମରେ ରହିଛି ଅପରାଧିକ ମାମଲା । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି ଅସାମାଜିକ ବ୍ୟକ୍ତିମାନେ ନିଜକୁ ସାମ୍ବାଦିକ ପରିଚୟ ଦେଇ ବହୁ ଅପରାଧ ଘଟାଇବାର ସନ୍ଦେହ କରାଯାଉଛି । ବେଆଇନ ଭାବେ ସୋସିଆଲ ମିଡିଆରେ ଖବର ପକାଇ ସାମ୍ବାଦିକ କହି ଅପରାଧ ଘଟାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି । ତେବେ ସୋସିଆଲ ମିଡିଆକୁ ଢାଲ କରି ପ୍ରେସ୍‌କୁ ଦୁରୁପଯୋଗ କରୁଥିବା ଡିସିପି କହିଛନ୍ତି । ତେବେ ଏଭଳି ଅଭିଯୋଗ ଆସିଲେ ବା ପୋଲିସ ନଜରକୁ ଆସିଲେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି କହିଛନ୍ତି ।

{"id":897695,"sizeSlug":"full","linkDestination":"none"}

କେବଳ କଟକ ସହରରେ ପ୍ରତ୍ୟେକ ଦିନ ନୂଆ ବୁମ୍ ଓ ଲୋଗ ସହ ସୃଷ୍ଟି ହେଉଛନ୍ତି ସାମ୍ବାଦିକ । କିଏ ଅସଲି କିଏ ନକଲି ତାହା କହିବା ମୁସ୍କିଲ । କଟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁସାରେ ସହରରେ ୧୩୩ ଜଣ ଓ ଜିଲ୍ଲାରେ ୪୭୩ ଜଣ ପଞ୍ଜିକୃତ ସାମ୍ବାଦିକ ଅଛନ୍ତି । ସେହିଭଳି ୨୮ଟି ୱେବ୍ ଚ୍ୟାନେଲର ତଥ୍ୟ ରହିଛି । ସେପଟେ ପ୍ରତ୍ୟକ ଦିନ ନୂଆ ନୂଆ ନ୍ୟୁଜ୍ ନାମରେ ସୋସିଆଲ ମିଡିଆରେ ଆସୁଛି ଖବର । ତେବେ ଏଥିପ୍ରତି କୌଣସି ପ୍ରତିବନ୍ଧକ ରହୁନଥିବାରୁ ଏଭଳି ହେଉଥିବା ଆଇଟି ଏକ୍ସପର୍ଟ କହିଛନ୍ତି । ତେବେ ନ୍ୟୁଜ ସମ୍ପର୍କରେ ଜାଣିବା ପାଇଁ ଜନ ସାଧାରଣ ପ୍ରକୃତ ସୋସିଆଲ ମିଡିଆ ଓ ୱେବ ଚ୍ୟାନେଲ ଦେଖନ୍ତୁ । ବର୍ତ୍ତମାନ ସମୟରେ ଏଭଳି ଅସଲି ନକଲି ଚିହ୍ନଟ କରିବା ବର୍ତ୍ତମାନ ଗୋଟେ ବଡ ସମସ୍ୟା ବୋଲି ଆଇଟି ଏକ୍ସପର୍ଟ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/protest-in-front-of-cmc-office-demanding-permanent-resident-patta/","type":"wp-embed","providerNameSlug":"prameya-news-7"}
https://www.prameyanews7.com/protest-in-front-of-cmc-office-demanding-permanent-resident-patta/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.