ରାଉରକେଲା ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

Published By : Prameya-News7 Bureau | July 25, 2019 IST

ରାଉରକେଲା ୨୫|୭: ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝିକୁ ଏନକାଉଣ୍ଟର କରିଛି ପୋଲିସ । ୭ ବର୍ଷ ହେଲା ରାଉରକେଲା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ସୁନୀଲ । ପୋଲିସ ଗୁଳିରେ ସୁନୀଲ ଆହତ ହୋଇଛି । ସୁନୀଲକୁ ପ୍ରଥରେ ଆଇଜିଏଚ୍ ଓ ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

{"id":137044}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଲାଠିକଟା ଥାନା ସୁଇଡ଼ିଠାରେ ଏନକାଉଣ୍ଟର କରିଛି ପୋଲିସ । ସୁନୀଲ ଏବଂ ତା ସହଯୋଗୀ ଲାଠିକଟା ଥାନା ସୁଇଡ଼ିଠାରେ ଥିବା ଖବର ପାଇଥିଲା ପୋଲିସ । ସୁନୀଲକୁ ଗିରଫ କରିବାକୁ ସେଠାକୁ ଯାଇଥିଲା ପୋଲିସ । ପୋଲିସ ସୁନୀଲ ସହ ତା ସହଯୋଗୀକୁ ଆତ୍ମସମର୍ପଣ କରିବାକୁ କହିଥିଲା । ମାତ୍ର ପୋଲିସ ଉପରକୁ ସୁନୀଲ ପ୍ରଥମେ ଗୁଳି ଚଳାଇଥିଲା । ବାଧ୍ୟ ହୋଇ ପୋଲିସ ସୁନୀଲକୁ ଏନକାଉଣ୍ଟର କରିଥିଲା । ପୋଲିସର ଗୁଳିରେ ସୁନୀଲ ଆହତ ହୋଇଛି । ଡାହାଣ ଗୋଡରେ ଗୋଟିଏ ଗୁଳି ବାଜିଛି । ତା ସହଯୋଗୀ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ସୁନୀଲକୁ ପ୍ରଥମେ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ଆଜି ଭୋରରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୁନୀଲ ନାଁରେ ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ରାହାଜାନି ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.