ଲୁଟ୍ ଉଦ୍ୟମ ବେଳେ କୁଖ୍ୟାତ ଅପରାଧୀ ଗିରଫ, ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରୁଥିଲା
24/08/2020 at 2:17 PM

ଭୁବନେଶ୍ବର ୨୪।୮: କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ଗିରଫ । ଲୁଟ୍ ଉଦ୍ୟମ ବେଳେ ଗିରଫ କଲା ନୟାପଲ୍ଲୀ ପୋଲିସ । ବରୁଣେଇ ନିକଟରୁ ନୟାପଲ୍ଲୀ ପୋଲିସ ଗିରଫ କରିଛି ।

ଶୋଭରାଜଠାରୁ ଖେଳଣା ବନ୍ଧୁକ ଜବତ ହୋଇଛି । ଖେଳଣା ବନ୍ଧୁକ ଦେଖାଇ ଲୁଟ୍ କରୁଥିଲା ଶୋଭରାଜ । ତା ନାଁରେ ରହିଛି ଲୁଟ୍, ଗୁଳିମାଡ, ହତ୍ୟା, ବୋମାମାଡ ଭଳି ସଙ୍ଗୀନ ମାମଲା ।

ସୂଚନାଯୋଗ୍ୟ ଯେ, ଶୋଭରାଜ ୨୦୧୯ ମସିହା ମେ’ ୨୯ ତାରିଖରେ ହତ୍ୟା କରି ଫେରାର ହୋଇଯାଇଥିଲା । ଶୋଭରାଜଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।